ଟ୍ରକ ପଛକୁ ଧକ୍କା ଦେଇ ବାଇକ ଚାଳକ ଗୁରୁତର ।

0 239

ଭଞ୍ଜନଗର,୨୭/୦୬(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକ ନିକଟରେ ରବିବାର ରାତି ପ୍ରାୟ ୯ଟା ସମୟରେ ରାସ୍ତା କଡରେ ଥିବା ଏକ ଅଚଳ ଟ୍ରକ ନଂ ଓଡ଼ି ୦୭ ଆର ୮୧୦୮ର ପଛ ପଟକୁ ଏକ ବୁଲେଟ ଧକ୍କା ଦେବାରୁ ଚାଳକ କଇଣ୍ଡି ଗ୍ରାମର ରବୀନ୍ଦ୍ର କୁମାର ଭୂୟାଁ(୩୫) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ରବିନ୍ଦ୍ରଙ୍କ ଗୋଟିଏ ଆଖିରେ ଗଭୀର ଆଘାତ ଲାଗିବା ସହ ଶରୀରର ବହୁ ସ୍ଥାନରେ ମଧ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ରବୀନ୍ଦ୍ର କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇ ଫେରୁଥିବା ବେଳେ ନିଜ ଗ୍ରାମ ଠାରୁ ମାତ୍ର ଏକ କିଲୋମିଟର ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.