ଭଞ୍ଜନଗର,୨୭/୦୬(ପିପିଟି): ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୧୪ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ରାୟ ଗ୍ରହଣ କରିଥିଲେ । ୨ଟି ଦିବ୍ୟାଙ୍ଗମାନଙ୍କ ଅଭିଯୋଗ ମଧ୍ୟରେ ଟ୍ରାଇ ସାଇକେଲ ପ୍ରଦାନ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ ଭଳି ଅଭିଯୋଗ ପତ୍ର ଆସିଥିଲା ବେଳେ ୧୨ଟି ସାଧାରଣ ଅଭିଯୋଗ ପତ୍ର ରହିଥିଲା । ଏହି ଅଭିଯୋଗ ଶୁଣାଣି ସମୟରେ ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଏଷ୍ଟାବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ କାଯ୍ୟାଳୟର କର୍ମଚାରୀ ସୁରଭି ପ୍ରଧାନ, ସନ୍ତୋଷ ମହାରଣା, ବଳରାମ ଯାନୀ ଓ ଅନ୍ୟମାନେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post