ସିଆରପିଏଫ ବାଟାଲିୟନ ତରଫରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ।

0 253

ବାଲିଗୁଡା,୨୧/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ପରିସରରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ସମେତ ସମସ୍ତ ଅଧିକାରୀ ଗଣ , ଓଡିଶା ପୋଲିସ୍ ର ଅଧିକାରୀ ଗଣ ଏବଂ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ । ବିଶେଷକରି ସୁରକ୍ଷା ବାହିନୀ ମଧ୍ୟରେ ଶାରୀରିକ ସୁସ୍ଥତାର ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରି କମାଣ୍ଡାଣ୍ଟ ଆନନ୍ଦ ଝା ଶାରୀରିକ ଏବଂ ମାନସିକ ସୁସ୍ଥତା ମଧ୍ୟରେ ସଠିକ ସନ୍ତୁଳନ ବଜାୟ ରଖିବାରେ “ଯୋଗର” ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.