ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ।

0 260

ମାଲକାନଗିରି,୧୮/୦୬(ପିପିଟି):
ଜିଲ୍ଲା ସ୍ତରୀୟ ଟେବୁଲଟପ ଏକ୍ସରସାଇଜ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପାରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି ,ବିପର୍ଯ୍ୟ ସମୟରେ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପ୍ରସ୍ତୁତି କିପରି ସଠିକ ଭାବେ ମୁକାବିଲା କରାଯାଇ ପାରିବ ସେହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ ବିଭାଗକୁ ଏହି ବିପର୍ଯ୍ୟୟକୁ ସତର୍କତାର ସହିତ ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ବିପର୍ଯ୍ୟୟ ବୈଠକରେ ଜିଲ୍ଲା ପରିଷଦ ଅଧକ୍ଷ, ଆରକ୍ଷୀ ଅଧିକ୍ଷକ, ଡିଏଫଓ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ , ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଓଡ୍ରଫ ଟିମ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ସମସ୍ତ ଏନଜିଓ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଉପସ୍ତିତ ରହି ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ଡେପୁଟି କଲେକ୍ଟର ( ଜରୁରୀ ବିଭାଗ ) ଏହି ବୈଠାକୁ ପରିଚାଳନା କରିବା ସହ ଶେଷରେଧନ୍ୟବାଦ ଅର୍ପଣ ସଭା ସାଙ୍ଗ କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.