ଦୁଇ ଲକ୍ଷ ଟଙ୍କାର ମୂଲ୍ଯବାନ କାଠ ପଟ୍ଟା ଜବତ,ଜଣେ ଅଟକ ।

0 348

ମାଲକାନଗିରି,୧୫/୦୬(ପିପିଟି):ଆଜି ମାଲକାନଗିରି  ବନ କର୍ମଚାରୀମାନେ ଏମଭି-୧୯ ଗ୍ରାମର ଜନୈକ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ଯର ମୂଲ୍ଯବାନ କାଠ ପଟ୍ଟା ଜବତ କରିଥିବା ଜଣା ପଡିଛି ।ଏକ ନିର୍ଭରଯୋଗ୍ଯ ସୂତ୍ରରୁ ସୂଚନା ପାଇ ମାଲାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ଆଜି ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଏମଭି-୧୯ ଗ୍ରାମର ବଳରାମ ହିଆଲଙ୍କ ବାସଗୃହରେ ବନ କର୍ମଚାରୀମାନେ ଚଢାଉ କରି ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ଯର ମୂଲ୍ଯବାନ କାଠ ପଟ୍ଟା ଜବତ କରିବାରେ ସଫଳ ହୋଇଛନ୍ତି । ଜବତ କାଠ ମଧ୍ଯରେ ସାଗୁଆନ, ପିଆଶାଳ ଏବଂ ଜାମୋକୋଳି କାଠ ଅନ୍ତର୍ଭୁକ୍ତ ରହିଛି । ସମୂଦାୟ ୪୧ଟି ସାଇଜ ଏବଂ ୩୮ଟି କାଠ ପଟ୍ଟାଗୁଡିକୁ ଜବତ କରାଯାଇଛି । ଅଭିଯୁକ୍ତ ବଳରାମ ହିଆଲଙ୍କୁ ମାଲକାନଗିରି ବନାଞ୍ଚଳ କଷ୍ଟୋଡିରେ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି । ଏହି ଚଢାଉରେ ବନପାଳ ଦେବାଶିଷ ପ୍ରଧାନ,ଦିବାକର ଜେନା,ରାଜେଶ ସେଠି,ହୃଷିକେଶ ପାଣିଗ୍ରାହୀ, କ୍ଷୀରଲତା ନାୟକ,ବନରକ୍ଷୀମାନେ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.