ଅତିରିକ୍ତ ଜିଲ୍ଲାପାଳଙ୍କ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ।

0 244

ଭଞ୍ଜନଗର,୧୩/୦୬(ପିପିଟି): ଭଞ୍ଜନଗର ଉପଖଣ୍ଡର ସାଧାରଣ ଜନତାଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ସୋମବାର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମ ମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ।ଏଥିରେ ମୋଟ ବିଭିନ୍ନ ସମସ୍ୟା ସମ୍ପର୍କିତ ୩୧ଟି ଅଭିଯୋଗ ଆଗତ ହୋଇଥିଲା। ଦିବ୍ୟାଙ୍ଗମାନଙ୍କ ନିକଟରୁ ୪ଟି ଅଭିଯୋଗ ପତ୍ର ଆସିଥିଲା ବେଳେ ୨୭ଟି ସାଧାରଣ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଭଞ୍ଜନଗର ଭାରପ୍ରାପ୍ତ ଉପଜିଲ୍ଲପାଳ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧିରେସ କୁମାର ଦାସ, ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ସରୋଜ କୁମାର କର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ଭଞ୍ଜନଗର ଜନ ସ୍ଵାସ୍ଥ୍ୟ ବିଭାଗ ବିନୟ କୁମାର ସାହୁ ,ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଏଷ୍ଟ।ବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ- ଗୌରୀ ଶଙ୍କର ଶତପଥି ଏବଂ ସମ୍ପୁକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.