ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

0 289

ରଣପୁର,୨୯/୦୫(ପିପିଟି): ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଜ୍ରକୋଟ ଗ୍ରାମ ପଞ୍ଚାୟତ ସ୍ଥିତ ମା’ ଅସୁରକୁମାରୀ ପୀଠ ପରିସରରେ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡିର ଆଗାମୀ କାର୍ଯ୍ୟପନ୍ଥା ସହ ସାଧାରଣ ନିର୍ବାଚନ ପୂର୍ବରୁ ଅନାମଧେୟଙ୍କ ବ୍ୟକ୍ତିଙ୍କ ନାମକୁ ନେଇ ଦଳରେ ବିଭକ୍ତି କରଣକୁ ବନ୍ଦ ପାଇଁ ପ୍ରୟାସ ସହ ଦଳରେ ରହି ଦଳର ବିରୋଧାତ୍ମକ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ଜନତା ଦଳ ତରଫରୁ ଦଳର ସର୍ବୋଚ୍ଚ ନେତା ତଥା ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡମଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ପାଇଁ ରଣପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଯୁବ ଆଇନଜୀବୀ ରାଜିବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଓ ଯୁବ ବିଜେଡି ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଯୁବ ବିଜେଡିର ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଯୁବ ବିଜେଡି ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନ, ବିଭୂତି ଭୂଷଣ ଲେଙ୍କା, ରାଜସୁନାଖଳା ଜୋନ ଯୁବ ବିଜେଡି ସଭାପତି ତଥା ରଣପୁର ବ୍ଲକ ଉପସଭାପତି ଶ୍ରୀକାନ୍ତ କୁମାର ମହାପାତ୍ର, ସକ୍ରିୟ ଯୁବ ବିଜେଡି ନେତା ଆକାଶ କୁମାର ପାଣି ପ୍ରମୁଖ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ଓ ଆଗାମୀ ଦିନରେ ରଣପୁର ନିର୍ବାଚନ ମଣ୍ଡଳୀରେ ପ୍ରତି ଜୋନରେ ନିଜର କାର୍ଯ୍ୟକ୍ରମ ଜାରୀ ରଖିବା ସହ ରଣପୁର ନିର୍ବାଚନ ମଣ୍ଡଳୀର ଜନପ୍ରିୟ ନେତା ତଥା ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଆଗକୁ ବଢିବ ସହ ରଣପୁର ଯୁବ ବିଜେଡି ହିଁ ତାଙ୍କରି ନିର୍ଦ୍ଦେଶରେ ହିଁ କାର୍ଯ୍ୟ କରିବ ଓ ଆଗାମୀ ଦିନରେ ହିଁ ବିଜୁ ଜନତା ଦଳ ତାଙ୍କରି ନେତୃତ୍ୱରେ ସମସ୍ତ ନିର୍ବାଚନ ଲଢ଼ି ସର୍ବଦା ଲୋକସେବା ଜାରୀ ରଖିବ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.