ଗୋଟିଏ ରାତିରେ ୪ଜଣଙ୍କ ଘରୁ ଚୋରୀ ।

0 653

ଭଞ୍ଜନଗର,୨୯/୦୫(ପିପିଟି): ଦିନକୁ ଦିନ ଭଞ୍ଜନଗର ଥାନା ଅଞ୍ଚଳରେ ଚୋରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ବ୍ୟବଧାନରେ ଭଲିଆଖାଇ ଗ୍ରାମରେ ଦୁଇ ଦୁଇଥର ଏକାଧିକ ଘରୁ ଚୋରୀ ହୋଇଥିବା ବେଳେ ପୋଲିସ ଚୋର ଧରିବାରେ ସଫଳ ହୋଇ ପାରିନାହିଁ। ପୁଣିଥରେ ଶନିବାର ରାତିରେ ଗୁରାବାଡ଼ି ଗ୍ରାମରେ ୪ଜଣଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି।ସେଥି ମଧ୍ୟରେ ବିଜୟ ବିଷୋୟୀଙ୍କ ଘରୁ ୩୦ହଜାର ଟଙ୍କା ଗୋଟିଏ ସୁନା ଲକେଟ, ତୋଫାନ ବିଷୋୟୀଙ୍କ ଘରୁ କିଛି ଗହଣା ଓ ଆସବାବପତ୍ର, ଖଦାଳ ବିଷୋୟୀଙ୍କ ଘରୁ ପ୍ରାୟ ୨୫ହଜାର ଟଙ୍କା ଓ କାମ ବିଷୋୟୀଙ୍କ ଘରୁ ୨ହଜାର ଟଙ୍କା ଓ ଲୁଗାପଟା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।ହେଲେ ଡୁମାକୁମ୍ପା ଗ୍ରାମରୁ ଗ୍ରାମବାସୀ ମାନେ ଜଣେ ଚୋରକୁ ଧରି ପୋଲିସ ଜିମାରେ ଦେଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.