୨୫ ବର୍ଷ ବରାହ ସହିତ ମଣିଷର ସମ୍ପର୍କ ଅତୁଟ ।

0 319

ମାଲକାନଗିରି,୨୦/୦୫(ପିପିଟି): ଜଙ୍ଗଲର ବରାହକୁ ଛୋଟ ବେଳୁ ପାଳନ କରିଛନ୍ତି ମା ମଙ୍ଗଳା ପୂଜକ ବଘେଲ ମହେନ୍ଦ୍ର ପାତ୍ର । ମାଲକାନଗିରି ସହର ଜଗନ୍ନାଥ ମନ୍ଦିର ସାହିର ମହେନ୍ଦ୍ର ପାତ୍ରଙ୍କ ନିକଟରେ ପୋଷା ମାନିଛି ଏକ ଜଙ୍ଗଲୀ ବରାହ। ଜଙ୍ଗଲ ପରିବେଶ ଠାରୁ ବିଛିନ୍ନ ହେବା ପରେ ଏବେ ମଣିଷ ପ୍ରଦତ୍ତ ଖାଦ୍ଯ ଉପରେ ନିର୍ଭରଶୀଳ । ମଣିଷର ପୋଷା ମାନିଲା ପରେ ମଣିଷକୁ ଛାଡି ବରାହଟି ଜଙ୍ଗଲରୁ ସଂପୂର୍ଣ୍ଣ ବିଛିନ୍ନ I
ମାଲକାଗିରି ସଦର ଠାରୁ ଅନତି ଦୂରରେ ଗୋଇ ପାହାଡ ଅବସ୍ଥିତ । ୨୫ ବର୍ଷ ତଳେ ପ୍ରବଳ ବର୍ଷା ହେବା ଯୋଗୁଁ ପାହାଡରୁ ଭାସି ଆସିଲା ଏକ ସଦ୍ଯ ଜାତ ବରାହ ଛୁଆ । ସେହି ଜଳ ଧାରାରୁ ୪୦୦ ଗ୍ରାମର ବରାହ ଛିଆକୁ ଉଦ୍ଧାର କରିଥିଲେ ବଘେଲ ମହେନ୍ଦ୍ର ପାତ୍ର।ଛଆଟିକୁ ଅତି ଯତ୍ନରେ ପାଳିଲେ । ସେହି ସମୟରେ ତାଙ୍କର ଛେଳି ଗୋଠ ଥିବାରୁ ନରାହ ଛୁଆଟି ଛେଳି କ୍ଷୀର ପାନ କରି ଦିନକୁ ଦିନ ବଢିଲା । ଆଉ ଶ୍ରଦ୍ଧାରେ ତା ନାଁ ଦେଇଥିଲେ ରାଜୁ। ଛୋଟବେଳେ ରାଜୁ ଛେଳିମେଣ୍ଢାଙ୍କ ପଲ ଭିତରେ ରହି ବଡ଼ ହୋଇଛି। ମାଙ୍କ ମନ୍ଦିରରେ ଭୋଗ ଲାଗିବା ପରେ ରାଜୁ ଖାଇବୁ ଆ କହି ଡାକିଦେଲେ ସେ ଯେଉଁଠି ଥିଲେ ବି ଧାଇଁ ଆସେ। ଆଉ ମହେନ୍ଦ୍ର ରାଜୁକୁ ପ୍ରସାଦ ଖୁଆଇ ଆଉଁସି ଦିଅନ୍ତି। ସ୍ନେହରେ ଘରର ସଦସ୍ଯ ପରି ପାଳନ କଲେ । ବରାହଟି ଭାତ, ଡାଲି,ଫଳମୂଳ,ଆଇସ୍‌କ୍ରିମ୍, ବିସ୍କୁଟ,ଚକଲେଟ୍, ମନ୍ଦିରର ଭୋଗ ଆଦି ଆହାର କରେ । ରାଜୁ ବଡ଼ ହୋଇଗଲା ପରେ ବନବିଭାଗ କେସ୍ ଭୟରେ ରାଜୁକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ ମହେନ୍ଦ୍ର ପାତ୍ର। ହେଲେ ବରାହଟି ଜଙ୍ଗଲରେ ଖାଇବାକୁ ନପାଇ ପୁନଶ୍ଚ ଭୋକିଲା ହୋଇ ମହେନ୍ଦ୍ରଙ୍କ ମା ମଙ୍ଗଳା ମନ୍ଦିର ନିକଟକୁ ଫେରି ଆସେ। ବରାହ ଏବଂ ମହେନ୍ଦ୍ର ସଂପର୍କ ଧିରେ ଧିରେ ନିବିଡରୁ ଅତିନିବିଡ ହୁଏ । ଆନେକ ଥର ଜଙ୍ଗଲ ବିଭାଗର ଅଧିକାରୀମାନେ ବରାହକୁ ଧରି ଜବରଦସ୍ତ ଜଙ୍ଗଲରେ ଛାଡିବା ପାଇଁ ଉଦ୍ୟମ କରିଛନ୍ତି । ପରିବେଶ ସହ ଖାପଖୁଆଇ ବରାହଟି ଶୈଶବରୁ ଅଭ୍ଯାସ ନଥିବାରୁ ବାରମ୍ବାର ଫେକି ଆସେ ତା’ ମାଲିକ ମହେନ୍ଦ୍ର ପାତ୍ରଙ୍କ ନିକଟକୁ । ବନ ବିଭାଗ ଏବେ ନିରବ । ଆଇନ କାନୁନ ସବୁ ଶୀଥିଳ । ବର୍ତ୍ତମାନ ବରାହର ବୟସ ୨୫ ହେବ । ଓଜନ ୨ କ୍ବିଣ୍ଟାଲ ୪୦ କିଗ୍ରା ହେବ ବୋଲି ମହେନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ବରାହଟି ଆଉ ଯୌବନ ଅବସ୍ଥାରେ ନାହିଁ । ସଂପୂର୍ଣ୍ଣ ବାର୍ଦ୍ଧକ୍ଯରେ ଉପନିତ । ଆଉ ସ୍ଫୁର୍ତ୍ତି ନଥିବା ମନେ ହେଉଛି । ଚର୍ବି ଯୁକ୍ତ ମୋଟା ଶରୀର ସହ ପ୍ରବଳ ଗ୍ରୀଷ୍ମ ଯୋଗୁଁ ବରାହଟି ଅସୁସ୍ଥ ମନେ ହେଉଛି । ଗ୍ରୀଷ୍ମ ଋତୁରେ ବରାହମାନେ କାଦୁଅ ପାଣିରେ ଘୁଷୁରୀ ପରି ରହିବାକୁ ପସନ୍ଦ କରନ୍ତି । ତେବେ ସେମିତି କିଛି ବ୍ଯବସ୍ଥା ନଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.