ଭାଲୁ ଆକ୍ରମଣରୁ ବର୍ତ୍ତିଲେ ପତ୍ନୀ; ପତି ଗୁରୁତର ।

0 241

ଭଞ୍ଜନଗର,୦୯/୦୫(ପିପିଟି): ମୁଜାଗଡ଼ ବନାଞ୍ଚଳ ଗହପଦର ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରତର ଆହତ ହୋଇଥିବା ଜଣାପଡିଛି।ଗୁରୁତର ଜଣକ ହେଲେ ଗହପଦର ଗ୍ରାମର ପ୍ରମୋଦ ଭୋଇ(୩୭)।ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ପ୍ରମୋଦ ଓ ପତ୍ନୀ ମଙ୍ଗୁଳୁ ମିଶି ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାଠାତ୍ ଏକ ବୁଦା ମୂଳରୁ ଦୁଇଟି ଭାଲୁ ବାହାରି ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା।ହେଲେ କୌଶଳ କ୍ରମେ ନିଜ ଜୀବନ ବଞ୍ଚାଇବାକୁ ଦୁହେଁ ଗଛ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ।ମଙ୍ଗୁଳୁ ଗଛକୁ ଉପରକୁ ଚଢିଯାଇ ନିଜକୁ ରକ୍ଷା କରିଥିବା ବେଳେ ସ୍ୱାମୀ ପ୍ରମୋଦ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।ତାର ହାତ ଓ ଜଙ୍ଘକୁ ଭାଲୁ କାମୁଡି ରକ୍ତାକ୍ତ କରିଦେଇ ଥିବାରୁ ସେ ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ପ୍ରମୋଦକୁ ଉଦ୍ଧାର କରି ପ୍ରଥମେ ଗାଲେରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ହେଲେ ଏଠାରେ ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.