ଦିଗପହଣ୍ଡିରେ ଦୁଇ ନେତା ହତ୍ୟା ମାମଲାର ବ୍ରହ୍ମପୁର ଏସପିଙ୍କ ସାମ୍ବାଦିକ ସମ୍ମିଳନୀରେ କଲେ ଖୁଲାସା ।

0 424

ବ୍ରହ୍ମପୁର,୦୩/୦୫(ପିପିଟି): ଗତ ଏପ୍ରେଲ ମାସ ୨୩ ତାରିଖରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଚଶା ନିମଖଣ୍ଡି ପଞ୍ଚାୟତର ପାଲଝଡି ଗାଁର ସୁଦର୍ଶନ ସୁଆର ଓ ସୁଧୀର ପାତ୍ରଙ୍କୁ ଯୋଜନା ବଦ୍ଧ ଭାବେ ନିର୍ମମ ହତ୍ୟା କରାଯାଇ ଥିବାର ଅଭିଯୋଗ ହୋଇଥଲା । ଦୀର୍ଘ ୧୦ ଦିନପରେ ମାମଲାର ପର୍ଦା ଫାସ କରିଛି ବ୍ରହ୍ମପୁର ଜିଲ୍ଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଏସ୍ପି କର୍ଯ୍ୟଳୟରେ ଅନୁଷ୍ଟିତ ହୋଇଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ଼ ହେଇଥିବା ବେଳେ ତାଙ୍କ ସ୍ତ୍ରୀ ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇ ପ୍ରଶାନ୍ତ ଏପରି କାଣ୍ଡ ଘଟାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ବୁଡୁ ଦାସ,ବସନ୍ତ ଗୌଡ଼ , କୃଷ୍ଣ ଗୌଡ଼,ସନ୍ତୋଷ ନାହକ, ବି ଦେବରାଜ ରେଡ୍ଡୀ, କୁନା ଗୌଡ଼ , ସିଦ୍ଧାନ୍ତ ଗୌଡ଼, ସନ୍ତୋଷ କୁମାର ପ୍ରଧାନ, ସୋମନାଥ ନାହକ, ମୋଟ ୯ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ବୁଡୁ ଦାସ ଓ କୁନା ଗୌଡ଼ ନାମରେ ସଦର ଥାନାରେ ୫ ରୁ ଉର୍ଦ୍ଧ୍ବ ମାମଲା ରହିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନଙ୍କଠାରୁ ବହୁ ପରିମାଣରେ ୨୦୦ କେଜିରୁ ଉର୍ଦ୍ଧ୍ଦ ଗଞ୍ଜେଇ, ଗୋଟିଏ ଟ୍ରାକ୍ଟର, ବହୁ ଟିକ କାଠ ପଟା,ରୟାଲ ଏନ୍ ଫିଲଡ୍ ଗାଡ଼ି, ୟମା ମୋଟର ଗାଡି, ଟିଭି ଏସ ସ୍କୁଟି ଗାଡ଼ି, ମହିନ୍ଦ୍ରା ଚାରି ଚକିଆ ଗାଡ଼ି, ଗୋଟିଏ ଆଇରନ ରୋଡ, ଗୋଟିଏ ପଥର ସମେତ ହତ୍ୟାକାଣ୍ଡ ରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଘଟଣା ସୁପାରି କିଲର୍ ମାନଙ୍କୁ ୫୦ ହଜାର ଟଙ୍କା ଦିଆଯାଇ ଏହୀ ହତ୍ୟାକାଣ୍ଡ କରଯାଇଛି ଓ ଅଧିକ ତଦନ୍ତ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯାଇ ପଚାଉଚରା କରାଯିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.