ଆଇଟିଡିଏରେ ପ୍ରକଳ୍ପ ଆଧିକାରୀ ପଦବୀ ଖାଲି;ଉନ୍ନୟନ କାମ ଠପ୍ ।

0 229

ମାଲକାନଗିରି,୩୦/୦୪(ପିପିଟି): ମାଲକାନଗିରି ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ଅଧିକାରୀ ପଦବୀ ଖାଲି ପଡିଛି । ତେଣୁ କିଛି ମାସ ହେଲା ଉନ୍ନୟନ କାମ ଠପ୍ ହୋଇପଡିଛି। ଗତ ଏକ ମାସ ହେଲା ଏହି ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କ ବଦଳି ମାଲକାନଗିରି ଡିଆରଡିଏକୁ ହେବା ପରେ ଆଇଟିଡିଏକୁ କେହି ଅଧିକାରୀ ଆଜି ପର୍ଯ୍ୟନ୍ତ ନିଯୁକ୍ତି ହୋଇନଥିବା ବେଳେ ଉପଜିଲ୍ଲାପାଳଙ୍କୁ ଅତିରିକ୍ତ ଦାୟୀତ୍ବ ଦିଆଯାଇଛି। ସେହିପରି ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀର ଆବଶ୍ଯକ ରହିଥିଲା ବେଳେ ରବି ନାରାୟଣ ସାହୁଙ୍କୁ ଭୁବନେଶ୍ବର ବଦଳି ହେଲା ପରେ ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଏଠାରେ ଅତିରିକ୍ତ ଦାୟୀତ୍ବ ପ୍ରଦାନ କରାଯାଇଛି। ଏବେ ଜିଲ୍ଲାର ସମସ୍ତ ଆଦିବାସୀ ସ୍କୁଲ ଓ ହୋଷ୍ଟେଲ ଗୁଡିକ ଖୋଲିଥିବା ବେଳେ ଏହାର ମରାମତି ଓ ଉନ୍ନତି କରିବା ପାଇଁ ଏହି ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥାଏ। କିନ୍ତୁ ଏହି ସଂସ୍ଥାରେ ଦୁଇ ଦୁଇ ଜଣ ଉଚ୍ଚପଦାଧିକାରୀ ନଥିବା ବେଳେ କାମ କିପରି ହେଉଥିବା ସହୟରେ ଅନୁମେୟ। ଗତ ଏକ ମାସ ତଳେ ହଠାତ ଏହି ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କୁ ଅଚାନକ ସରକାର ବଦଳି କରିବା ପରେ ଏହି ସଂସ୍ଥା ଅଧିକାରୀ ଶୂନ୍ୟ ହୋଇଯାଇଛି।
ଜିଲ୍ଲାର ଆଦବାସୀମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ସହ ସେମାନଙ୍କର ଜୀବନ ଜୀବିକା ଉପରେ ମଧ୍ୟ ଏହି ସଂସ୍ଥା ତରଫରୁ କାମ କରାଯାଇଥାଏ। ଏଥିସହ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ସଂସ୍ଥା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଏ।ବର୍ତ୍ତମାନ ଜିଲ୍ଲାରେ ୧୫ରୁ ଊର୍ଦ୍ଧ୍ବ କୋଟି ଟଙ୍କାର କାମ ଚାଲିଛି। ଅନ୍ୟ ବିଭାଗରୁ ଉଧାରରେ ଆସି ଏହି ସଂସ୍ଥାର କାମ କରିବା କେତେ ଦୁର ଠିକ ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନ ଉଠିଛି। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଂଚଳରେ ବିକାଶ କାର୍ଯ୍ୟକୁ ଫୋକସ କରାଯାଉଥିବା ବେଳେ ଏତେ ବଡ ସଂସ୍ଥାରେ ଅଧିକାରୀ ଶୂନ୍ୟ ହେବା ହିଁ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେବା। ଯେଉଁ ଅଧିକାରୀମାନେ ନିଜର ସଂସ୍ଥାର କାମ ଠିକ ଭାବେ କରିବାରେ ଅସମର୍ଥ ହେଉଥିବା ବେଳେ ଅତିରିକ୍ତ କାମ କେତେ ସଠିକ କରିବେ ସେନେଇ ପ୍ରଶ୍ନ ଉଠିଛି। ତେଣୁ ତୁରନ୍ତ ଏହି ଆଦିବାସୀ ଉନ୍ନୟନ ସଂସ୍ଥାରେ ଅଧିକାରୀ ନିଯୁକ୍ତି ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.