ଡଙ୍ଗା ବୁଡି ଘଟଣା,ଦୁଇ ନିଖୋଜଙ୍କ ମୃତ ଦେହ ଉଦ୍ଧାର ।

0 241

ମାଲକାନଗିରି,୨୭/୦୪(ପିପିଟି): ଗତ ୨୫ ତାରିଖ ସୋମବାର ଦିନ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଏକ ଦେଶୀ ଡଙ୍ଗା ଓଲଟି ପଡିବା ଯୋଗୁଁ ଗଭୀର ଜଳରେ ବୁଡି ୨ ଜଣ ନିଖୋଜ ରହିଥିଲା ବେଳି ଆଜି ସେ ଦୁହିଁଙ୍କ ମୃତ ଦେହକୁ ଅଗ୍ନି ଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସେ ୨ଜଣ ହେଲେ ଜଗନ୍ନାଥ ଗୋରୀ ( ୧୬ ) ଓ ପିତାମ୍ବର ମୁଦୁଲୀ (୨୭) । ଗତ ୨୫ ତାରିଖ ଦିନ ନରିଙ୍ଗଝୋଲା ସାପ୍ତାହିକ ହାଟରୁ ସେମାନେ ଫେରୁବା ବେଳେ ଏକ ଦେଶୀ ଡଙ୍ଗରେ ବସି ଯାତ୍ର କରୁଥିଲେ । ଡଙ୍ଗାରେ ୩ ଜଣ ବସି ଓରାପଦର ଫେରିବା ସମୟରେ ଜଳ ଭଣ୍ଡାର ମଝିରେ ପବନ ଜୋରରେ ବହିଥିବା ଫଳରେ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ପହଞ୍ଚି ଥିଲା ବେଳେ, ଅନ୍ୟ ଦୁଇ ଜଣ ନିଖୋଜ ରହିଥିଲେ। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥିଲା ବେଳେ ଆଜି ସେମାନଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.