ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ:୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।

0 262

ବାଲିଗୁଡା,୨୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ,ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ ଯାତ୍ରୀ ବାହୀ ବସ ଓ଼ମ ଭବାନୀ ଓଆର-୧୨ବି-୧୯୫୬ ରେ ଥିବା ୩୦ ଯାତ୍ରୀଙ୍କ ମଧ୍ୟରେ ୧୫ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆଖ ପାଖ ସ୍ଥାନୀୟ ଲୋକେ ଜାଣିବା ପରେ ଆମ୍ବୁଲାନ୍ସ କୁ ଡକାଇ ବାଲିଗୁଡା ମେଡିକାଲକୁ ଆଣି ଭର୍ତ୍ତୀ କରି ଚିକିତ୍ସା ଅବ୍ୟାହତ ରହିଛି । ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.