ସାମ୍ବାଦିକଙ୍କ ବିୟୋଗରେ ଶୋକ।

0 280

ପୋଲସରା,୨୨/୦୪(ପିପିଟି):ଯୁବ ସାମ୍ବାଦିକ ଶିବରାମ ଡାକୁଆଙ୍କ ବିୟୋଗରେ ଗୁରୁବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସାହିରେ ଅନୁଷ୍ଠିତ ଶୋକସଭା ଆରମ୍ଭରେ ଜ୍ୟୋତି ରଞ୍ଜନ ଆଚାରି ଶୋକ ପ୍ରସ୍ତାବ ଆଗତ କରିବା ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବତା ପାଳନ କରାଯାଇଥିଲା। ଉକ୍ତ ଶୋକସଭା ରେ ପୋଲସରା ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ପଣ୍ଡା , ସୁଶାନ୍ତ ମହାରଣା , ହରି ହର ପାତ୍ର , ଅତ୍ରି ପଟ୍ଟନାୟକ , ସିମାଞ୍ଚଳ ସାହୁ , ଜ୍ୟୋତି ରଞ୍ଜନ ଆଚାରି , ମନୋଜ କୁମାର ଘଡ଼ାଇ , ନୃସିଂହ ନାଥ ସ୍ୱାଇଁ , ଅକ୍ଷାନ୍ତ ମିଶ୍ର , ପ୍ରଗତିବନ୍ଧୁ ଦାସ , ଶିବ ପ୍ରସାଦ ସାହୁ ଓ ରୋହିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.