ଏଆଇକେଏମଏସ ପକ୍ଷରୁ ରାମନାଗୁଡା ତହସିଲ ସମ୍ମୁଖରେ ବିକ୍ଷୋଭ।

0 273

ରାମନାଗୁଡା,୨୧/୦୪(ପିପିଟି): ଅଖିଳ ଭାରତ କିଶାନ୍ ମଜଦୂର୍ ସଭା (AIKMS)ର ରାମନାଗୁଡା ବ୍ଳକ୍ କମିଟି ତରଫରୁ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ତହସିଲ ଓ ବ୍ଳକ୍ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ ଆୟୋଜିତ ହୋଇଥିଲା । ଜମି ଓ ଘରଡିହ ପଟ୍ଟା, ଜଙ୍ଗଲ ଜମି ପଟ୍ଟା ପାନୀୟ ଜଳ, ଶିକ୍ଷା ଓ ମନରେଗା ଯୋଜନାରେ ଶହେ ଦିନ କାମ ଆଦି ଦାବି ନେଇ ବ୍ଳକର ବିଭିନ୍ନ ପଞ୍ଜାୟତରୁ ଗରିବ ଲୋକେ ବିଶେଷ କରି ଆଦିବାସୀ ଓ ଦଳିତମାନେ ଶୋଭାଯାତ୍ରା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରି ବିଡିଓ ଓ ଅତିରିକ୍ତ ତହସିଲଦାରଙ୍କୁ ସାତ ଦଫା ଦାବି ସମ୍ଵଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ରାଜ୍ୟ କମିଟି ସଭ୍ୟ କେଦାର ଶବର, ଜିଲ୍ଲା କମିଟି ସଭ୍ୟ ଅର୍ଜୁନ ଶବର, ରାମନାଗୁଡା ବ୍ଳକ୍ ସଭାପତି ରାଜୁ ଜେନା, ସମ୍ପାଦକ ଜୁନେଶ ଦଳବେହେରା, ଗୁଇଣ୍ଡୁ ମାଣ୍ଡାଙ୍ଗୀ, ଦାଶରଥି ବିଡିକା, ଜିତେନ୍ଦ୍ର ଲିମା, ମୋଜେସ୍ କିମ୍ଵ୍ରିକା, ଧନେଶ୍ୱର ବିଡିକା, ପ୍ରହଲ୍ଲାଦ ବିଡିକା, ଗୋପିନାଥ ନାଗ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.