ବ୍ରହ୍ମପୁର,୧୬/୦୪: ପୁରୁଷୋତ୍ତମପୁର ନିକଟସ୍ଥିତ ଚାଟମଣ୍ଡଳୀ ଗ୍ରାମର ପ୍ରମୋଦ ରାଉଳଙ୍କୁ ବାବାସାହେବ ଆମ୍ବେଦକର ନୋବେଲ ଆୱାର୍ଡ ୨୦୨୨ ରେ ସମ୍ମାନିତ କରାଯାଇଛି। ସାରା ଭାରତର ଜଣାଶୁଣା ବ୍ୟକ୍ତି ତଥା ସାରା ଭାରତ ବର୍ଷରେ ଆଜିପର୍ଯନ୍ତ ଲକ୍ଷାଧିକ ଲୋକଙ୍କୁ ବିନମୂଲ୍ୟରେ ନିଜ ନିଜର ଆତ୍ମ ସୁରକ୍ଷା ପାଇଁ କିପରି ନିଜକୁ ସେ ସୁରକ୍ଷା କରି ପାରିବେ ସେ ଶିକ୍ଷା ଦେଇ ଆସୁଛନ୍ତି । Army, Navi, CRPF, ITBP, BSF, RAF, NSG, SPG, STATE POLICE, RPF ବ୍ୟତିତ ସେ ସ୍କୁଲ ଓ କଲେଜ ଛାତ୍ର, ଇଣ୍ଡ୍ରାଷ୍ଟିଆଲିଷ୍ଟ ,ଗ୍ଲାମରିୟୂଷ ଏବଂ ସାମାଜ଼ାରେ ରହୁଥିବା ବ୍ୟକ୍ତିମାନଙ୍କୁ ଭି ଆତ୍ମରକ୍ଷାର ଶିକ୍ଷା ପ୍ରଦାନ କରିଛନ୍ତି । ସେ ଭାରତୀୟ ରେଳବାଇରେ ଆଜିକୁ ପ୍ରାୟ ୨୧ ବର୍ଷ ଧରି ସେବାୟତ ଥାଇ ଆଜି ଭି ସେ ସମାଜର ସେବା କରୁଛନ୍ତି । ଏ ସମୟ ଭିତରେ ସେ ମାର୍ସଲ ଆର୍ଟରେ ୮ ଥର ମହାରାଷ୍ଟ ରାଜ୍ୟ ଚମ୍ପିୟାନ ଏବଂ ୮ ଥର ସର୍ବଭାରତୀୟ ଚାମ୍ପିୟନ ରହି ୩ ଥର ବିଶ୍ବ କରାଟେ ଚମ୍ପିୟନସିପ ରେ ଭାଗ ନେଇଛନ୍ତି । ଅଉ ଏବେ ପର୍ଯ୍ଯନ୍ତ ସର୍ବଭାରତର ଆଇପିଏସ ଓ ଆଇଏଏସ କ୍ୟାଡରର ୬୭ରୁ ଅଧିକ ଅଫିସରଙ୍କୁ ବ୍ଯକ୍ତିଗତ ଶାରୀରିକ ଶିକ୍ଷା ଭି ଦେଇଛନ୍ତି । ବର୍ତ୍ତମାନ ସେ ଆମ ଓଡିଶା ରାଜ୍ୟର ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ସେ ବରୁଣେଶ୍ବର ନୀଳଦ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ମୁଖ୍ୟ ଟ୍ରଷ୍ଟୀ ଭି ଅଛନ୍ତି । ସେ କହିଛନ୍ତି ଯେ ଆଗକୁ ଆମ ଓଡିଶା ପାଇଁ ବହୁତ କାମ କରିବା ପାଇଁ ଆଶା ରଖିଛିନ୍ତି। ସମ୍ମାନିତ ହେବା ପରେ ଶ୍ରୀ ରାଉଳ କହିଛନ୍ତି ସବୁ ଓଡିଶା ବାସୀଙ୍କ ଆଶୀର୍ବାଦ ଓ ସହଯୋଗର ଆଶା କରୁଛି ଯେ ମୁଁ ଏମିତି ହିଁ ଆମ ଦେଶ ଓ ରାଜ୍ୟ ପାଇଁ ଭବିଷ୍ୟତରେ ଭି କାମ କରିବି ।