ବିଭିନ୍ନ ସ୍ଥାନରେ ମେରୁଯାତ୍ରା ଉଦଯାପିତ ।

0 227

କୋଦଳା,୧୪/୦୪(ପିପିଟି):ବେଗୁନିଆପଡା ଅଞ୍ଚଳରେ ୨୧ ଦିନ ଧରି ପୂଜା ପାଉଥିବା ମା କାଳିଙ୍କ ଦଣ୍ଡଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ଷଣ୍ଢମୁଳ,ପି. ନୂଆଗାଁ, ବୁରୁଝରୀ, ଖଇରିଖମା,ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ,ମିରିଗିଲେଣ୍ଡି, ଶାଳବଣ, କାଲିମେଘି,ଘୋଡାପଡା ପ୍ରଭୃତି ସ୍ଥାନରୁ ମା କାଳୀଙ୍କ ଆବାହାନ ପରେ ମାନସିକ ଦଣ୍ଡୁଆ ମାନେ ମା କାଳୀଙ୍କ ସୁମରଣା କରି ମାନସିକ ଧାରୀଙ୍କ ଗାଁ ଗାଁ ବୁଲି ସେମାନଙ୍କ ଦୁଆରେ କାଳିମାଙ୍କୁ ସ୍ମରଣ କରି ୧୩ ଓ ୨୧ ଦିନ ବୁଲି ଆଜି ନିଜ ମନ୍ଦିରକୁ ଆସି ରୀତିନୀତି ଅନୁଯାଇ ମନ୍ଦିର ପ୍ରାଙ୍ଗଣ ରେ ଧୂଳିଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ଶେଷ କରି ମା ରୁଦ୍ର ମହାକାଳୀଙ୍କ ସ୍ମରଣ କରି ମେରୁ ଉକୁଚା ପର୍ବ ପରେ ମେରୁଯାତ୍ରା କାର୍ଯ୍ୟ ସମାପନ କରିଥିଲେ । ପ୍ରତ୍ୟେକ ମେରୁ୍ଯାତ୍ର ସ୍ଥଳରେ ହଜାର ହଜାର ଭକ୍ତ ସମାଗମ ହୋଇଥିବାର ଦେଖାଯାଇଥିଲା । ସମସ୍ତ ମଣ୍ଡପ ନିକଟରେ କୋଦଳା ଓ ବେଗୁନିଆପଡା ପୋଲିସ ମୃତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.