ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ।

0 210

ମାଲକାନଗିରି,୧୪/୦୪(ପିପିଟି): ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀଙ୍କ ଦ୍ବାରା ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ୧୪ ଏପ୍ରିଲ ରୁ ଆରମ୍ଭ ହୋଇ ଆସନ୍ତା ୨୦ ଏପ୍ରିଲରେ ଉଦଯାପନ ହେବ । ଏହି ସମୟରେ ଗାଁ ଗାଁରେ ବୈଠକ ଅନୁଷ୍ଠିତ କରି ଲୋକମାନଙ୍କୁ ଅଗ୍ନି ର ପ୍ରକୋପରୁ କିପରି ରକ୍ଷା କରା ଯାଇପାରିବ ଓ ହଠାତ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ପ୍ରାଥମିକ ସ୍ତରରେ ନିଜକୁ ସୁରକ୍ଷିତ ରଖିବା ସହ ଅଗ୍ନିକାଣ୍ଡ କିପରି ଭାବରେ ରୋକା ଯାଇପାରିବ ସେ ଉଦ୍ଦେଶ୍ୟରେ ଜନ ସଚେତନତା ଉପରେ ଜୋର ଦେବେ ବୋଲି କୁଡୁମୁଲୁଗୁମ୍ମା ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.