ହିଞ୍ଜିଳି ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ।

0 280

ବ୍ରହ୍ମପୁର,୦୬/୦୪(ପିପିଟି): ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ୱାବଧାନରେ ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭା ପରିଚାଳନା କରିଥିଲେ । ସମ୍ମାନୀତଅତିଥି ଭବେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ସୁରେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇଥିଲେ । ଆଜିର ଅନୁଷ୍ଠିତ ସଭାରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଯଥା ,ମହାତ୍ମାଗାନ୍ଧୀ ନିଶ୍ଚିତ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା, ସାମାଜିକ ସୁରକ୍ଷା,କୃଷି ଓ ଆନୁସଙ୍ଗିକ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଏଭଳି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସ୍ୱଚ୍ଛ ଭାରତର କାର୍ଯ୍ୟକାରିତା କିପରି ହୋଇପାରିବ ସେସବୁ ବିଷୟରେ ବୈଠକରେ ଆଲୋଚନା କରିଥିଲେ। ବିଶେଷ କରି ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇ ହିଞ୍ଜିଳି ବ୍ଲକକୁ ଆହୁରି ଏକ ମାଇଲଖୁଣ୍ଟ ଆଗକୁ ନେବାପାଇଁ ତଥା ଦେଶରେ ଓ ରାଜ୍ୟରେ ୧ ନମ୍ବର ରଖିବାପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ/ସଭ୍ୟା,କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ,ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.