ଉଲୁଣ୍ଡା,୦୫/୦୪(ପିପିଟି): ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ଅଫିସ ଠାରେ ନୂତନ ଏସପି ଅମରେଶ ପଣ୍ଡାଙ୍କ ଦ୍ୱାରା ଦୁଇ ଗୋଟି ପିସିଆର ଭ୍ୟାନ ର ଶୁଭ ଉଦଘାଟନ ହୋଇ ଯାଇଛି । ବୀରମହାରାଜପୁର ଥାନା ଓ ସୋନପୁର ସଦର ମହକୁମାର ପୁରୁଣା ଭ୍ୟାନ ବଦଳରେ ଆଜି ଦୁଇ ଗୋଟି ନୂତନ ଇ ଆରଏସ ଏସ ଭ୍ୟାନ ଉଭୟ ଥାନାକୁ ଦିଆ ଯାଇଛି । ସାଧାରଣ ଜନତାଙ୍କ ଜରୁରୀ ସେବା ଓ ଧନ ଜୀବନ ସୁରକ୍ଷା ପାଇଁ ୧୧୨ ନମ୍ବରକୁ ଡାଏଲ କରି ଏହି ଭ୍ୟାନ ଦ୍ୱାରା ଲୋକେ ମାଗଣାରେ ଜରୁରୀ କାଳୀନ ସେବା ପାଇ ପାରିବେ ବୋଲି ଆଜି ଏସପି ଶ୍ରୀ ପଣ୍ଡା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ, ଏସ ଡ଼ି ପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ପ୍ରମୁଖ ଉଭୟ ଥାନାର ଥାନା ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)