ଆଡ଼ପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ ।

0 1,526

ସାନଖେମୁଣ୍ଡି,୨୪/୦୩(ପିପିଟି) ଆଜି ହେଉଛି ବିଶ୍ଵ ଯକ୍ଷ୍ମା ଦିବସ । ଯକ୍ଷ୍ମା ଏକ ଏଭଳି ମାରାତ୍ମକ ରୋଗ ଯାହା ମନୁଷ୍ୟକୁ ସଙ୍ଗେ ସଙ୍ଗେ ମୃତ୍ୟ ମୁଖକୁ ନେଇଯାଏ । ଏଭଳି ମାରାତ୍ମକ ରୋଗକୁ ରୋକିବାକୁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ଆଜି ଆଡ଼ପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ନିରାକରଣ ପାଇଁ ଏକ ସଭା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ଃ.ବାହାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କିଭଳି ଜନସାଧାରଣ ଯକ୍ଷ୍ମା ରୋଗକୁ ଜାଣିପାରିବେ ଏବଂ ଲୋକ ମାନଙ୍କ ଭ୍ରମକୁ କିଭଳି ଭାବେ ଦୂର କରାଯିବ ସେ ଉପରେ ଆଲୋକପାତ କରିଥିଲେ । ଯକ୍ଷ୍ମା ରୋଗର ବିଭିନ୍ନ ଲକ୍ଷଣ ଗୋଡ ହାତ ଝିକି ହେବା , ଖାସ ହେବା , ଅଧିକାର କମିବା ,ଓଜନ କମିବା , ଏହା ଏକ ଡିଆଁ ରୋଗ ହୋଇଥିବାରୁ ଏଭଳି ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ଆଶା ଦିଦି କିମ୍ବା ଡାକ୍ତରଙ୍କୁ ପରାମର୍ଶ କରିବାକୁ କହିଥିଲେ । ମନିଷା ବେହେରା ଏବଂ ହର୍ଶିତା ଶୋଭା ସୁନ୍ଦର ଙ୍କୁ ବିଶ୍ଵ ଯକ୍ଷ୍ମା ଦିବସର ଚିତ୍ର ଅଙ୍କନ କରି ଲୋକ ମାନଙ୍କୁ ସଚେତନ କରିଥିବାରୁ ପୁରସ୍କୃତ କରିଥିଲେ ଡଃ.ବାହାନ ଦାସ । ଉକ୍ତ କାର୍ଯ୍ୟକ୍ରମରେ ଡଃ.ଲିଙ୍ଗରାଜ ଶତପଥି , ଡଃ.ସତ୍ୟନାରାୟଣ ସାହୁ , ଡଃ.ନିରଞ୍ଜନ ପାତ୍ର , ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଜୟନ୍ତୀ ଦାସ , ଅର୍ଚ୍ଚନା ମିସାଲ , ଚୁନତି ବେହେରା , ଜି.ସତମନ୍ୟୁ , ଗୌରହରି ସାମନ୍ତରାୟ , ୧୦୮ କର୍ମଚାରୀ , ମେଡିକାଲ କର୍ମଚାରୀ , ଗ୍ରାମବାସୀ , ଶିକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.