ପୌର ଭୋଟ ପାଇଁ ପୁଲିଙ୍ଗ ଟିମ ବୁଥରେ ପହଞ୍ଚିଲେ : ଗୁରୁବାର ଭୋଟ ଗ୍ରହଣ ।

0 121

କନ୍ଧମାଳ,୨୩/୦୩(ପିପିଟି): ଗୁରୁବାର ପୌର ନିର୍ବାଚନ ହେବ, ଏ ନେଇ ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟଗ୍ରହଣ ହେବ। ନିର୍ବାଚନ ପାଇଁ ପୁଲିଙ୍ଗ ପାର୍ଟି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚିଗଲେଣି ।କନ୍ଧମାଳ ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ା ଏନ୍ଏସିରେ ଭୋଟ ହେବ। ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୭ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବାବେଳେ ଜି.ଉଦୟଗିରି ଏନ୍ଏସି ପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ା ଏନଏସି ପାଇଁ ୧୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ସେହିପରି ଫୁଲବାଣୀରେ ୩ଟି ପିଙ୍କ ବୁଥ କରାଯାଇଥିବା ବେଳେ ବାଲିଗୁଡ଼ା ଓ ଜି.ଉଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି । ଭୋଟଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ ମେସିନରେ ଭୋଟ ଦେବେ। ଫୁଲବାଣୀ ମୁନିସିପାଲଟି ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ସୁଚାରୁ ରୁପେ ପରିଚାଳନା କରୁଛନ୍ତି। ସେହିପରି ଜି.ଉଦୟଗିରି ଏନଏସି ଦାୟିତ୍ଵରେ ଥିବା ତହସିଲଦାର ଶୁଭ୍ରାଞଳୀ ପ୍ରଧାନ ଓ ବାଲିଗୁଡ଼ାଏନଏସି ଦାୟୀତ୍ଵରେ ଥିବା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଅଧିକାରୀ ରହି ଜିଲ୍ଲାର ସମସ୍ତ ବୁଥ ପରିଦର୍ଶନ କରି ତଦାରଖ କରିଛନ୍ତି । ଗୁରୁବାର ଫୁଲବାଣୀର ୨୫ହଜାର ୫୨୦ ଜଣ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥର ଅଧ୍ଯକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ। ଗୋଟିଏ ଅଧ୍ଯକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ । ସେହିପରି ବାଲିଗୁଡା ଏନଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ । ସେହିପରି ଜି. ଭଦୟଗିରି ଏନଏସିରେ ୧୩ଟି ମତଦାନ କେନ୍ଦ୍ରର ୮ ହଜାର ୧୮୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ ବୋଲି ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.