ସରିଲା ପ୍ରଚାର, ଏବେ ନିର୍ବାଚନକୁ ଅପେକ୍ଷା ।

0 287

ଭଞ୍ଜନଗର,୨୨/୦୩(ପିପିଟି): ପୌର ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିବସ ଥିଲା।ତେଣୁ ଏହି ଦିବସରେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି।ବିଜେଡ଼ି ତରଫରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ୟୁବି
ହାଇସ୍କୁଲ ଛକ ଠାରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଏଲ.ଆଇ.ସି କଲୋନୀ ଛକ, ଖ୍ରୀଷ୍ଟିୟାନ ସାହି, ମନଇଚ୍ଛା ସାହି, ମିଲ ଛକ ଦେଇ କୁମ୍ଭାର ସାହି, ବଡଦାଣ୍ଡ ସାହି ବାଲି ସାହି, ଭେଜିପୁଟ ମେନ ରୋଡ ଦେଇ କେନାଲ ସାହି, କଲେଜ ରୋଡ ଦେଇ ଶ୍ରୀରାମ ନଗର ଠାରେ ଶେଷ ହୋଇଥିଲା।ସେଥି ମଧ୍ୟରେ ୧୦ନଂ ୱାର୍ଡର ବଡ଼ ଦାଣ୍ଡ ସାହି ଓ ୧୪ନଂ ୱାର୍ଡର ଶ୍ରୀରାମ ନଗର ଠାରେ ଦୁଇଟି ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ସାଂସଦ ପ୍ରତିନିଧି ଦିବାକର ନାୟକ, ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର,ଏନଏସି ସଭାପତି ରାଜେନ୍ଦ୍ର ବିଷୋୟୀ, ପୂର୍ବତନ ଏନଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା,ଶୂଳପାଣି ଶତପଥି ଉପସ୍ଥିତ ରହି ଭଞ୍ଜନଗର ଏନଏସିର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏଥିରେ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.