କ୍ଷେତ୍ରିୟଵରପୁର ଠାରେ ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟକ୍ରମ । ‍

0 276

ବେଲଗୁଣ୍ଠା,୧୪/୦୩(ପିପିଟି): କ୍ଷେତ୍ରିୟଵରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବ୍ରହ୍ମପୁର ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଏବଂ ଅଭିମନ୍ୟୁନଗରସ୍ଥିତ ବିବେକାନନ୍ଦ ଯୁବକ ସଂଘ ସହଯୋଗରେ ଗ୍ରାମାଞ୍ଚଳ ଯୁବକଙ୍କ ପାଇଁ କ୍ୟାରିଅର୍ ଗାଇଡାନ୍ସ ଏବଂ କାଉନ୍ସେଲିଂ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳର ଯୁବକ ମାନଙ୍କୁ ଆତ୍ମନିର୍ଭରଶୀଳ ହୋଇପାରିଵାର ବିଭିନ୍ନ ଦିଗ ଉପରେ ଗଭୀର ଆଲୋକପାତ କରିଥିଲେ । ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଅମୂଲ୍ୟ କୁମାର ପଣ୍ଡା,ବରିଷ୍ଠ ଅଧ୍ୟାପକ ବିଦ୍ୟାଧର ସ୍ଵାଇଁ, ଅଧ୍ୟାପକ ରଞ୍ଜତ କୁମାର ଦାଶ, ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାମ୍ୟ ଯୁବଶକ୍ତିଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ଦେଶ,ଜାତିର ସେବାରେ ନିଜକୁ ଉତ୍ସର୍ଗ କରି ମାଟିର ଟେକ ରଖିବା ପାଇଁ ଆହ୍ୱାନ କରିଥିଲେ । ଭାରତ ସରକାରଙ୍କ ଯୁବ ମନ୍ତ୍ରଣାଳୟ ଓ କ୍ରୀଡ଼ା ବ୍ୟାପର ଦ୍ବାରା ପରିଚାଳିତ ବ୍ରହ୍ମପୁର ନେହେରୁ ଯୁବ କେନ୍ଦ୍ରର ଵେଲଗୁଣ୍ଟା ପଞ୍ଚାୟତ ସମିତି ସଂଯୋଜିକା ଦୀପ୍ତିମୟୀ ବେହେରା ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ତପସ୍ପିନୀ ପ୍ରଧାନ, ହେନା ପ୍ରଧାନ, କାଦମ୍ବରୀ ଲେଙ୍କା ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏଥିରେ ପ୍ରାୟ ୨୦୦ ଯୁବକ, ଯୁବତୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.