ବିନିକା ବ୍ଲକ ଅଧ୍ୟକ୍ଷା ହେଲେ ବିଜେଡିର ଦୀପ୍ତିରେଖା ନନ୍ଦ ।

0 230

ଉଲୁଣ୍ଡା,୧୩/୦୩(ପିପିଟି): ଆଜି ଥିଲା ବିନିକା ବ୍ଳକ ଅଧ୍ୟକ୍ଷା ପଦ ନିର୍ବାଚନ । ଏଥିରେ  ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ଧର୍ମପତ୍ନୀ ଦୀପ୍ତିରେଖା ନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ବିନିକା ବ୍ଳକ ଅଧ୍ୟକ୍ଷା ପଦ ଆସନ ଅଳଙ୍କୃତ କରିଛନ୍ତି ।ବ୍ଲକର ସର୍ବମୋଟ ୧୬ ପଞ୍ଚାୟତର ସମିତିସଭ୍ୟଙ୍କ ଅଧ୍ୟରୁ ୧୦ଜଣ ସମିତି ସଭ୍ୟ/ସଭ୍ୟା ଦୀପ୍ତିରେଖାଙ୍କୁ ସମର୍ଥନ କରିଥିଲେ ।ଯାହା ଫଳରେ ଅନ୍ୟ ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ଦୀପ୍ତିରେଖାଙ୍କୁ ବିଜୟୀ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀମତୀ ନନ୍ଦ କୁହିବାହାଲ ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ବିଜୟ ପରେ ଶ୍ରୀମତୀ ନନ୍ଦ ବିନିକା ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ବିନିକାକୁ ସବ ଡିଭିଜନ ମାନ୍ୟତା ଦିଗରେ ଲଢେ଼ଇ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକେ ଯେପରି ପାଇ ପାରିବେ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ । ପରେ ତାଙ୍କ ସମର୍ଥକ ଓ ଆସ୍ଥା ପ୍ରକଟ କରିଥିବା ଅଞ୍ଚଳର ଜଣ ସାଧାରଣଙ୍କ ତରଫରୁ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.