ପୋଲସରା ବ୍ଲକ୍ ଅଧ୍ୟକ୍ଷା ପଦବୀରେ ବିଜେଡ଼ି ପ୍ରାର୍ଥୀନୀ କଳ୍ପନା ପ୍ରଧାନ ନିର୍ବାଚିତ ।

0 245

ପୋଲସରା,୧୨/୦୩(ପିପିଟି): ପୋଲସରା ବ୍ଲକ୍ ଅଧ୍ୟକ୍ଷ ପାଇଁ ନିର୍ବାଚିତ ହୋଇଥିଲା । ବିଜେଡ଼ି ତରଫରୁ ବେଲଗାଁ ଗ୍ରାମପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବା ମହିଳା ପ୍ରାର୍ଥୀନୀ କଳ୍ପନା ପ୍ରଧାନଙ୍କୁ ଅଧ୍ୟକ୍ଷା ଭାବେ ଛିଡ଼ା କରାଯାଇଥିବା ବେଳେ ମୁଖ୍ୟ ବିରୋଧୀ ବିଜେପି ତରଫରୁ ସୋଡକ ଗ୍ରାମ ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟା ପ୍ରାର୍ଥୀ ଗୀତା ସେଠୀଙ୍କୁ ପ୍ରତିଦ୍ବନ୍ଦୀ ଭାବେ ଛିଡ଼ା କରାଯାଇଥିଲା । କଳ୍ପନା ପ୍ରଧାନଙ୍କୁ ମୋଟ ୧୯ ଜଣଙ୍କ ସମର୍ଥନ ସ୍ୱରୂପ ଭୋଟ ମିଳିଥିବା ବେଳେ ଗୀତା ସେଠୀଙ୍କୁ ମାତ୍ର ୫ ଜଣଙ୍କ ସମର୍ଥନ ସ୍ୱରୂପ ଭୋଟ ମିଳିଥିଲା । ଶେଷରେ କଳ୍ପନା ପ୍ରଧାନଙ୍କୁ ୧୯ ଗୋଟି ଭୋଟ ମିଲିବାରୁ ନିର୍ବାଚନ ଅଧିକାରୀ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ବିଜୟୀ ଘୋଷିଣା କରିଥିଲେ । ଅଧ୍ୟକ୍ଷା ପଦରେ ବିଜୟୀ ହେବା ପରେ କଳ୍ପନା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୋଲସରା ବ୍ଲକର ସମସ୍ତ ଦଳୀୟ କର୍ମୀ , ଶୁଭେଚ୍ଛୁ , ସମର୍ଥକ , ଭୋଟର ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଆଗକୁ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ ଦ୍ଵାରା ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି କହିଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.