ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ଗୋପବନ୍ଧୁ ।

0 301

ଭଞ୍ଜନଗର,୦୬/୦୩(ପିପିଟି): ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଭଞ୍ଜନଗର ସହରରେ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଗତ ୪ଦିନ ହେଲା ଏନ୍ଏସି ନିର୍ବାଚନ ପାଇଁ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିଲା ବେଳେ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଜେଡ଼ି ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଘରୋଇ ବସ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ର ଅନ୍ୟାନ୍ୟ କାଉନସିଲର ପ୍ରାର୍ଥୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଏହା ଭଞ୍ଜନଗର ବ୍ଲକ ଛକରୁ ମେନ ରୋଡ଼ ଦେଇ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ଥିଲା। ରାସ୍ତା ସାରା ଗୋପବନ୍ଧୁଙ୍କ ବହୁ ସମର୍ଥକ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏନ୍ଏସି କାର୍ଯ୍ୟାଳୟ ଠାରେ ସାଂସଦ ପ୍ରତିନିଧି ଦିବାକର ନାୟକ,ଆସିକା ସମବାୟ ବ୍ୟାଙ୍କ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ଓ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଗୋପବନ୍ଧୁ ନାମାଙ୍କନ ପତ୍ର ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନଙ୍କୁ ଦାଖଲ କରିଥିଲେ।ସେହିପରି ଭଞ୍ଜନଗର ଏନେସିର ସମସ୍ତ ୧୫ଟି ୱାର୍ଡରେ ବିଜେଡିର କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇ ନଥିବା ବେଳେ ହାତରେ ଆଉ ମାତ୍ର ଦିନଟିଏ ସମୟ ରହିଲା। ଆଜିର ଶୋଭାଯାତ୍ରା ସମୟରେ ବିଜେଡ଼ି ପ୍ରତି ଅଭୂତପୂର୍ବ ଜନ ସମର୍ଥନ ଥିବା ଦେଖିବାକୁ ମିଳିଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.