ଭୁବନେଶ୍ୱର,୦୫/୦୩: ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍ ପଦବି ପାଇଁ ଡ. ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଆଜି ଅପରାହ୍ନରେ ଏହା ଘୋଷଣା କରିଛନ୍ତି। ଡ. ସୁନୀତି ମୁଣ୍ଡ ହେଉଛନ୍ତି ଜଣେ ଉଚ୍ଚଶିକ୍ଷିତା, ଲେଖିକା ଓ ସାମ୍ବାଦିକ।