ନିର୍ବାଚନ ଫଳ ପୂର୍ବରୁ ହିଂସା , ଦୁଇ ପୁରୁଷଙ୍କ ସମେତ ଜଣେ ମହିଳା ଆକ୍ରମଣର ଶିକାର ।

0 683

ବେଲଗୁଣ୍ଠା,୨୫/୦୨(ପିପିଟି): ଆସନ୍ତାକାଲି ପ୍ରଥମ ପଯ୍ୟୟରେ ନିର୍ବାଚଳ ଫଳ ପ୍ରକାଶ ପାଇବ ତାହାରି ପୂର୍ବରୁ ନିର୍ବାଚନ ହିଂସା ଦେଖିବାକୁ ମିଳିଛି ଗଂଜାମ ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ଗ୍ରାମରେ । ଧାରୁଆ ଅସ୍ତ୍ରରେ ନିଜ ଘର ସମ୍ମୁଖକୁ ଆସି ଦୁଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ପାଟିତୁଣ୍ଡ ଶୁଣି ପାଖରେ ଜଣେ ମହିଳା ପାଖରେ ପହଞ୍ଚି ଯାଇଥିଲେ ସେ ମଧ୍ୟ ଆକ୍ରମଣରୁ ବର୍ତି ନାହଁନ୍ତି । ସନ୍ଧ୍ୟା ୭ଟା ୩୦ ସମୟରେ ମଙ୍ଗଳ ପୁର ଗ୍ରାମରେ ଏଭଳି କାଣ୍ଡ ଘଟିଥିବା ବେଳେ ଗୁରୁତର ମାନକୁ ଗ୍ରାମବାସୀ ଉଦ୍ଧାର କରି ଭଞ୍ଜନଗର ମେଡିକଲରେ ଭର୍ତ୍ତି କରିଛନ୍ତି । ପ୍ରକୃତ କାରଣ ଜଣାପଡିନଥିବା ବେଳେ ରାଜନୈତିକ କାରଣରୁ ଏଭଳି ହତ୍ୟା ଉଦ୍ୟମ କରାଯାଇଥିବା ଗ୍ରାମବାସୀ ତଥା ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.