ଶେଷ ପର୍ଯ୍ୟାୟ ନିର୍ବାଚନ; ଭଞ୍ଜନଗର ବ୍ଲକରେ ୧,୦୮୯୬୬ ଭୋଟର ।

0 322

ଭଞ୍ଜନଗର,୨୩/୦୨(ପିପିଟି): ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା ଓ ବେଗୁନିଆ ପଡ଼ା ବ୍ଲକରେ ମତଦାନ ହେବ। ସେଥି ମଧ୍ୟରେ ଭଞ୍ଜନଗର ବ୍ଲକର ମୋଟ ୨୨ଟି ପଞ୍ଚାୟତ ର ୩ଟି ଜିଲ୍ଲା ପରିଷଦ ଆସନ ପାଇଁ ୩୨୧ଟି ବୁଥରେ ପୋଲିଙ୍ଗ ପାର୍ଟିଙ୍କ ଦ୍ଵାରା ନିର୍ବାଚନ ଅନୁଷ୍ଠିତ ହେବ।ଏହି ନିର୍ବାଚନରେ ମୋଟ ୧,୦୮୯୬୬ମତଦାତା ନିଜର ଅଧିକାର ସାବ୍ୟସ୍ତ କରିବେ।ସେଥି ମଧ୍ୟରେ ୫୬,୪୫୦ଜଣ ପୁରୁଷ, ୫୨,୫୦୨ମହିଳା ଓ ୧୪ଜଣ ଅନ୍ୟାନ୍ୟ ଭୋଟର ୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ୧୧ଜଣ ପ୍ରାର୍ଥୀ,୬୨ଜଣ ସରପଞ୍ଚ ଓ ୫୨ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ଶାନ୍ତି ଶୃଙ୍ଖଳା ପାଇଁ ୧୮ଟି ଅତ୍ୟଧିକ ସମ୍ବେଦନଶୀଳ ଓ ୩୦ଟି ସମ୍ବେଦନଶୀଳ ବୁଥ ଉପରେ ପୁଲିସ ନଜର ରଖିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.