ଉଚ୍ଚ ଅଦାଲତର ପ୍ରତିନିଧି ଦଳ ଏବଂ ପୁଲିସ ଉପସ୍ଥିତିରେ ଢ଼ିଙ୍କିଆବାସୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।

0 352

ଭୁବନେଶ୍ୱର,୨୩/୦୨(ପିପିଟି): ଉଚ୍ଚ ଅଦାଲତ ଦ୍ୱାରା ମନୋନୀତ ପ୍ରତିନିଧି ଦଳ ଏବଂ ପୁଲିସ ଉପସ୍ଥିତି ରେ ଗତ ୧୯ ଫେବୃଆରୀ ଢ଼ିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ମାନବିକ ଅଧିକାର ଉଲ୍ଲଙ୍ଘନ ଓ ଜୀବନ-ଜୀବିକା କୁ ବିପନ୍ନ କରି କମ୍ପାନୀ ଗୁଣ୍ଡାଙ୍କ ଅମାନୁଷିକ ଆକ୍ରମଣ କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦୃଢ ନିନ୍ଦା ଏବଂ ପ୍ରତିବାଦ କରା ଯାଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇ ଯାଇଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହା ଯାଇଛି ଯେ, ଜିନ୍ଦଲ କମ୍ପାନୀ ର ସ୍ୱାର୍ଥ ପାଇଁ ଢ଼ିଙ୍କିଆରେ ଲୋକଙ୍କ ଉପରେ ପୁଲିସର ଅମାନୁଷିକ ଲାଠି ପ୍ରହାର, ଗିରଫଦାରୀ, ମିଥ୍ୟା ମୋକଦ୍ଦମା ଦାଏର କରି ସେ ଅଞ୍ଚଳ ରେ ଆତଙ୍କରାଜ କରି ଜୀବନ-ଜୀବିକାକୁ ଦମନ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଅଭାବନୀୟ ଘଟଣା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହିଁ ଉତ୍ତର ଦାୟୀ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ।

ଢ଼ିଙ୍କିଆ ରେ ପୁଲିସ ଏବଂ ଗୁଣ୍ଡାଙ୍କ କ୍ରମାଗତ ଭାବେ ବର୍ବର ଆକ୍ରମଣ କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଧିକ୍କାର କରିଛି । ରାଜ୍ୟ ସରକାରଙ୍କର ଏହି ଜନ ବିରୋଧୀ, ମାନବତା ବିରୋଧୀ ଏବଂ କର୍ପୋରେଟ ପ୍ରୀତି ନୀତି ବିରୋଧ ରେ ରାଜ୍ୟବାସୀ ପ୍ରତିବାଦ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କରିଛି । ରାଜ୍ୟ ସରକାର ମନେ ରଖିବା ଆବଶ୍ୟକ ଯେ ଲୋକେ ଭୋଟ ଦେଇ ସରକାରଙ୍କୁ ନିର୍ବାଚିତ କରିଛନ୍ତି । ଜିନ୍ଦଲ କମ୍ପାନୀ ସରକାର କୁ ଭୋଟ ଦେଇ ନିର୍ବାଚିତ କରି ନାହିଁ । ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ସାଙ୍ଗକୁ ଲୋକଙ୍କ ଜୀବନ, ଜୀବିକା ଏବଂ ଭିଟାମାଟି କୁ ବିପନ୍ନ କରି ଜିନ୍ଦଲ ର କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏତେ ଜିଦ କାହିଁକି ବୋଲି ସଂଯୁକ୍ତ କିଷାନ ପ୍ରଶ୍ନ କରିଛି ।

ସରକାର ନିଜ ଜିଦ ରୁ ଓହରି ଜନସାଧାରଣଙ୍କ ଆଲୋଚନା କରି ପରିସ୍ଥିତି ରେ ସୁଧାର ଆଣିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବୀ ଉଠାଇଛି ।

ଏପରି ଦମନ ଅତି ମାତ୍ରାରେ ଅସହ୍ୟ । ଶିଶୁ,ମହିଳା ବୃଦ୍ଧ ଏବଂ ବୃଦ୍ଧା ଅସୁରକ୍ଷିତ ।ଦରଖାସ୍ତ ଲେଖି ପଠାଇବା ଗାଁ ଲୋକଙ୍କ ଅଧିକାର ନାହିଁ।ଗାଁ ସମ୍ପୂର୍ଣ ପରାଧୀନ । ମାନ୍ୟବର ହାଇକୋର୍ଟ ଯଥାଶୀଘ୍ର ଢ଼ିଙ୍କିଆବାସୀଙ୍କୁ ପୋଲିସ ଦମନରୁ ମୁକ୍ତ କରିବାକୁ ଦାୟର ହୋଇଥିବା ସମସ୍ତ ଆବେଦନ ଗୁଡ଼ିକର ତୁରନ୍ତ ଶୁଣାଣି କରି ନ୍ୟାୟ ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ନିବେଦନ କରାଯାଇଛି ।
ଦାବୀ ସମୁହ, ପୁଲିସର ନିର୍ମମ ଲାଠି ଚାଳନା ଏବଂ ଗୁଣ୍ଡାଙ୍କ ଆକ୍ରମଣର ତଦନ୍ତ ଉଚ୍ଚନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(SIT )ଦ୍ୱାରା କରାଯାଉ । ଲୋକ ବିରୋଧୀ କାର୍ଯ୍ୟ ରେ ଅଭିଯୁକ୍ତ ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ଗୁଣ୍ଡା ମାନଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ । ଢ଼ିଙ୍କିଆ ଚାରିଦେଶରୁ ପୁଲିସ ବଳ ହଟାଯାଉ ଏବଂ ପୁଲିସ ଅତ୍ୟାଚାର ବନ୍ଦ କରାଯାଉ । ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କର । ପୁଲିସ ଦ୍ୱାରା ଭଙ୍ଗା ଯାଇଥିବା ସମସ୍ତ ପାନ ବରଜ ର ଉପଯୁକ୍ତ କ୍ଷତି ପୂରଣ ରାଶି ଦିଆଯାଉ । ଗିରଫ ହୋଇଥିବା ଆନ୍ଦୋଳନ ର ନେତା ଦେବେନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ଜେନା ସମେତ ଅନ୍ୟ ସମସ୍ତଙ୍କୁ ନିସର୍ତ୍ତ ଖଲାସ କରାଯାଉ ଏବଂ ସମସ୍ତଙ୍କ ଉପରୁ ମୋକଦ୍ଦମା ପ୍ରତ୍ୟାହାର କରାଯାଉ ।
6) ଜୀବନ -ଜୀବିକା ବିପନ୍ନକାରୀ ଏବଂ ପରିବେଶ ଧ୍ବଂସକାରୀ ଜିନ୍ଦଲ ପ୍ରକଳ୍ପକୁ ଢ଼ିଙ୍କିଆରେ କରିବା ପ୍ରସ୍ତାବ କୁ ପ୍ରତ୍ୟାହାର କରାଯାଉ ।
ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ଏହି ଆନ୍ଦୋଳନରେ ସର୍ବଶ୍ରୀ ନରେନ୍ଦ୍ର ମହାନ୍ତି, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ପ୍ରଫୁଲ୍ଲ ସାମନ୍ତରା, ଶଙ୍କର ସାହୁ, ବିଚିତ୍ର ପାତ୍ର, ସନ୍ତୋଷ ରଥ, ବଂଶୀଧର ପରିଡା, ବିଶ୍ଵପ୍ରିୟ କାନୁନଗୋ, ପ୍ରଶାନ୍ତ ପାଇକରାୟ, ଶ୍ରୀମନ୍ତ ମହାନ୍ତି, ଦେବରଞ୍ଜନ, ଲେନିନ କୁମାର, ନିରଞ୍ଜନ ମହାନ୍ତି, ସୁଦର୍ଶନ ପ୍ରଧାନ, ମହମ୍ମଦ ସୁକୁରୁ, ପ୍ରଦୀପ୍ତ ନାୟକ,ବସନ୍ତ ସାହୁ, ଆମ୍ବୁଜ ନାଥ ନସିମ୍ ସରକାର, ସ୍ଵାତି ମିଶ୍ର, ପ୍ରଭାମଞ୍ଜୁଳା ବ୍ରହ୍ମା, ବିଜୟଲକ୍ଷ୍ମୀ ପାତ୍ର, ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ।ମ

Leave A Reply

Your email address will not be published.