ବୋଲଗଡ଼,୦୫/୦୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ଆର ଡି ରାସ୍ତା ଠାରୁ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନା ପାଞ୍ଚଶହ ମିଟର ସିମେଣ୍ଟ ଢଳେଇ ହୋଇଥିଲା ବେଳେ ବାକି ଡ୍ୟାମ୍ ପର୍ଯ୍ଯନ୍ତ କାମ ଚାଲିଥିବା ପିଚୁରାସ୍ତା କାମ ଅତିନିମ୍ନ ମାନର ବୋଲି ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି।ଏହି ପିଚୁଢଳେଇ କାମ ୨୪ଘଣ୍ଟା ନପୁରୁଣୁ ପିଚୁସବୁ ଉଠିଯାଉଅଛି। ପିଚୁଢଳେଇ କାର୍ଯ୍ୟ ହେବାପୂର୍ବରୁ ମେଣ୍ଟାଲ,ଚିପ୍ସ ଓ ଡଷ୍ଟ ତାହା ପର୍ଯ୍ୟାପ୍ତ ପରିମାଣରେ ପଡିନାହିଁ। ପିଚୁରାସ୍ତା କାର୍ଯ୍ୟ ଚାଲିବା ସମୟରେ କନିଷ୍ଠ ଯନ୍ତ୍ରୀ,ୱାର୍କ ସରକାରଙ୍କ ବିନା ଉପସ୍ଥିତରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା ବୋଲି ଗ୍ରାମ ବାସୀମାନେ କହିଛନ୍ତି । କାହାର ପରାମର୍ଷ ଅବା କାହାବଳରେ ବଳିୟାନ ହୋଇ ଠିକାଦାର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏହା କେତେଦୁର ଯଥାର୍ଥ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି। ପାଟବନ୍ଧର ଗ୍ରାମବାସୀ ଉକ୍ତପିଚୁ ରାସ୍ତା କିପରି ସୁଚାରୁ ରୁପେ କାର୍ଯ୍ୟ ହେବ ତାହା ବିଧାୟ ,ଜିଲ୍ଲାପାଳ,କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଖରେ ପ୍ରକାଶ କରିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)