ଜଙ୍ଗଲରୁ ଦୁଇ ଶିକାରୀ ଗିରଫ; ବନ୍ଧୁକ ଓ ଗୁଳି ଜବତ ।

0 271

କନ୍ଧମାଳ,୨୩/୦୧(ପିପିଟି) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ ରେଞ୍ଜ ଅଧିନ ବନ୍ଧଗଡ଼ ଜଙ୍ଗଲ ମଧ୍ୟରୁ ରବିବାର ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ୧୦ଟି ଗୁଳି, ବାଟଲିଖଡ଼ା, ବଣକୁକୁଡା ଓ ପକ୍ଷୀମାଂସ ଜବତ କରିଛି । ବନ ବିଭାଗ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରାଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ବନବିଭାଗ ରେଞ୍ଜର ବିଜୟ ମଲିକଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର ସରୋଜ ମିଶ୍ରଙ୍କ ନେତୃତ୍ଵରେ ବନବିଭାଗ ସ୍କ୍ବାର୍ଡ ଚଢାଉ କରି ଏମାନଙ୍କୁ ଧରିଥିଲା। ସେମାନଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବନ୍ଧଗଡ଼ ଫରେଷ୍ଟର ସରୋଜ ମିଶ୍ର ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.