ସପ୍ତମ ପଢୁଆ ଝିଅ ମାନସିକ ରୋଗୀ,ଚିକିତ୍ସା ଲାଗି ଅର୍ଥ ବାଧକ ।

0 253

ମାଲକାନଗିରି,୧୯/୦୧(ପିପିଟି):
ମାଥିଲି ବ୍ଲକ ଅନ୍ତର୍ଗତ ସାଲିମ ଗ୍ରାମର ଗଙ୍ଗାଧର ମାଝୀଙ୍କ ସାନ ଝିଅ ଡାଳିମା ୭ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଦୁର୍ବଳ ହୋଇ ପଡୁଥିବା ବେଳେ ଆର୍ଥିକ ଅନସ୍ଥା ସ୍ବଛଳ ନଥିବାରୁ ଝିିଅଟିକୁ ଉତ୍ତମ ଚିକିତ୍ସା ଯୋଗାଇବାରେ ବାଧକ ସୃଷ୍ଟି ହୋଇଛି । ଗଙ୍ଗାଧର ମାଝିଙ୍କର ଦୁଇ ଝିଅ ଗୋଟାଏ ପୁଅ । ବଡ ଝିଅ ସବିତା ଆଉ ସାନ ଝିଅ ଡାଳିମା । ସାଲିମ ଉପ୍ରା ବିଦ୍ଯାଳୟରେ ୭ମରେ ପଢୁଥିଲା ଡାଳିମା ମାଝି । ଏବେ ୩ ବର୍ଷ ହେଲା ବିଦ୍ଯାଳୟକୁ ଯାଉ ନାହିଁ । କାରଣ ମାନସିକ ବିକାରଗ୍ରସ୍ଥ ହେବାରୁ ସେ ଚାଲି ଯାଇଥିଲା କୁଆଡେ । ବହୁଖୋଜା ଖୋଜି ପରେ ଝିଅ ଡାଳିମାକୁ ପାଇଥିଲା ତା ବାପା ଗଙ୍ଗାଧର । ଏବେ ପଡିଛି ପାଠରେ ଡୋରି । ମୁଣ୍ଡ କାମ କରୁନି ଡାଳିମାର । ନିରବ ନିରବ ନିଶ୍ଚଳ ହୋଇ ବସୁଛି । ଖାଇବାକୁ ଦେଲେ ଖାଉଛି ,ନହେଲେ ନାହିଁ । ଗଙ୍ଗାଧର ଗରିବ ଯୋଗୁଁ ଉତ୍ତମ ଚିକିତ୍ସା କରି ପାରୁନି । ବାର୍ଦ୍ଧକ୍ଯ ହେତୁ ପରିଶ୍ର କରି ରୋଜଗାର କରିପାରୁ ନି ଗଙ୍ଗାଧର । ମାସିକ ୫୦୦ ଟଙ୍କା ବାର୍ଦ୍ଧକ୍ଯ ଭତ୍ତା ପାଉଛି । ବଡପୁଅ ନବୀନ ମାଝୀ ଆନ୍ଧ୍ର ଯାଇଛି କାମ ଧାମ କରିବାକୁ । ସେ କେବେ ଗାଁକୁ ଆସୁଛି,କେବେ ନାହିଁ । ଟଙ୍କା ପଇସା ଘରକୁ ଦିଏ ନାହିଁ । ବଡଝିଅ ସବିତା ବାହା ହୋଇ ନାହିଁ । ଗଙ୍ଗାଧର ମାଝିର ସ୍ତ୍ରୀ ସକୁନ୍ତଳା କୁଲି କରି କଷ୍ଟମଷ୍ଟେ ଘର ଚଳାଏ । ଏଣେ ଦାରିଦ୍ରତା ସାଙ୍ଗକୁ ଝିଅ ମାନସିକ ରୋଗୀ । ନିୟମ ଦୃଷ୍ଚିରୁ ମାନସିକ ରୋଗୀ ଭିନ୍ନକ୍ଷମ ଭାବେ ପେନସନ ପାଇବା କଥା । କିନ୍ତୁ ଡାଳିମାକୁ ବର୍ତ୍ତମାନ ସୁଦ୍ଧା ମିଳୁନି ସରକାରୀ ଭତ୍ତା କି ସରକାରୀ ଚିକିତ୍ସା । ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଂଜନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଡାଳିମାର ଚିକିତ୍ସା ଏବଂ ଭିନ୍ନକ୍ଷମ ଭତ୍ତା ପ୍ରତି ଧ୍ଯାନ ଦେଲେ ଆଗମୀ ଦିନରେ ସୁଫଳ ମିଳିବ ବୋଲି ସାଧାରଣରେ କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.