ରାଙ୍ଗିନିଗୁଡା ଗ୍ରାମବାସୀଙ୍କ ଚୁଆ ପାଣି ଭରସା ।

0 251

ମାଲକାନଗିରି,୧୫/୦୧(ପିପିଟି): ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଲା ପଞ୍ଚାୟତର ରାଙ୍ଗିଣିଗୁଡା ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଂକଟ। ଏହି ଗ୍ରାମରେ ତିନୋଟି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ବେଳେ ଗୋଟିଏ ନଳକୂପରୁ ଗୋଳିଆ ପାଣି ବାହାରୁଛି ଯାହାକି ପାନୀୟ ଉପଯୋଗୀ ନୁହେଁ । ଫଳରେ ଗ୍ରାମର ମହିଳାମାନେ ରୋଷେଇ କାର୍ଯ୍ଯ ଏବଂ ପିଇବା ପାଣି ସଂଗ୍ରହ ପାଇଁ ଏକ କିମି ଜଙ୍ଗଲ ରାସ୍ତାକୁ ଅତିକ୍ରମ କରି ଦୈନିକ ସକାଳ ସଂଧ୍ଯାରେ ଏକ ଚୁଆରୁ ଅପରିସ୍କାର ପାଣି ଆଣି ବ୍ଯବହାର କରୁଛନ୍ତି।ସେହି ପାଣିକୁ ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ରାଙ୍ଗିଣିଗୁଡା ଗ୍ରାମରେ ୪୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏଠାରେ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ଯାନ ଦେଇ ତୁରନ୍ତ ନଳକୂପ ମରାମତି କରିବାକୁ ଗ୍ରାବାସୀମାନେ ଦୃଢ ଦାବି କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.