ବେଲଗୁଣ୍ଠା,୧୨/୦୧(ପିପିଟି): ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ସ୍ଥିତ ଚକରା ବିଷୋୟୀ କ୍ଳବ୍ ତରଫରୁ ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । କ୍ଲବ୍ ସଭାପତି ରଞ୍ଜିତ୍ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ନାଗରୀକ ମଞ୍ଚ ସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ ଯୋଗ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କାଙ୍କ ସମେତ ଜୂରେଶ୍ୱର ଲେଙ୍କା ,ରମା ବଲ୍ଲଭ ସ୍ଵାଇଁ, ନିରଞ୍ଜନ ପାତ୍ର, ସୂର୍ଯ୍ୟମଣି ବଳିତା, ସୁଶାନ୍ତ କୁମାର ଲେଙ୍କା, ଦିବାକର ତ୍ରୀପାଠୀ, ପ୍ରଦୀପ୍ ମଲ୍ଲିକ୍, ନାରାୟଣ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ବୀର ଚକରା ବିଷୋୟୀଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ କ୍ଳବ୍ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚକରା ବିଷୋୟୀ କ୍ଲବ୍ ର ସମସ୍ତ ସଭ୍ୟ ଏବଂ ନାଟେଙ୍ଗା ଗ୍ରାମବାସୀ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )