ରାସ୍ତା ଜରାଜୀର୍ଣ୍ଣ : ଭାରରେ ବୁହା ହେଲେ ରୋଗୀ ।

0 245

ମାଲକାନଗିରି,୧୨/୦୧(ପିପିଟି):ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ଦୟନୀୟ ଅବସ୍ଥା । ଜରାଜୀର୍ଣ୍ଣ ରାସ୍ତା ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଚେପୁଲପଡା ଗ୍ରାମରେ । ପ୍ରାପ୍ତ ସୂଚନାରୁ ଜଣା ପଡିଛିଯେ, ଚେପୁଲପଡା ଗ୍ରାମର ଗୋବର୍ଦ୍ଧନ ଖିଲ ନାମକ ଜଣେ ଯୁବକ ଗଛରୁ ପଡି ତାଙ୍କର ଗୋଡ ଭାଙ୍ଗି ଯିବା ସହ ସେ ଗୁରୁତ ଅବସ୍ଥାରେ ପଡ଼ିଥିଲେ । ଜରାଜୀର୍ଣ୍ଣ ରାସ୍ତା ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଘଞ୍ଚ ଜଙ୍ଗଲ ଖାଲ ଢିପ ,ପଥୁରିଆ ରାସ୍ତାରେ ଭାର କରି ସ୍ଥାନୀୟ ଲୋକେ ଯୁବକଙ୍କୁ ମେଡିକାଲ ନେଇଥିଲେ ।ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଜୀବନ ବିକଳରେ ଆଦିବାସୀ ଲୋକେ ନିଜ ଜୀବନକୁ ବାଜି ଲଗାଇ ନଦୀ ନାଳ ପାର ହୋଇ ମାଇଲ ମାଇଲ ରାସ୍ତା ପାଦରେ ଚାଲି ଚାଲି ହସ୍ପିଟାଲକୁ ଯାଇଥାନ୍ତି । ସ୍ୱାଭିମାନ ଅଞ୍ଚଳରେ ଆଜି ମଧ୍ଯ ବହୁ ଗ୍ରାମ ଅଗମ୍ଯ ଏବଂ ଅପହଞ୍ଚ । ଆଜି ମଧ୍ଯ ଗମନା ଗମନର ସୁବିଧା ନାହିଁ । ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି କେବେ ପଡିବ ସେ ଅଞ୍ଚଳବାସୀ ବିକାଶ ପାଇଁ ଆଗାମୀ ଭବିଷ୍ଯତ କହିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.