ଡାଲମିଆଁ ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିରୋଧ କରି ଗର୍ଜିଲେ ଆାଦିବାସୀ ।

0 310

ମାଲକାନଗିରି,୧୦/୦୧(ପିପିଟି): ବର୍ଷ ବର୍ଷ ଧରି ପ୍ରକୃତି ର ସନ୍ତାନ ଭାବେ ଜଙ୍ଗଲ ଓ ଜମି ସାହାରାରେ ଚଳି ଆସୁଥିବା ଆଦିବାସୀଙ୍କୁ ଭିଟାମାଟି ରୁ ଅଲଗା କରିବା ସରକାର ତଥା ଜିଲ୍ଲା ପ୍ରଶାସନକୁ ମହାଙ୍ଗା ପଡ଼ିବ ବୋଲି ଚେତାବନୀ ଦେଲେ ହଜାର ହଜାର ଆଦିବାସୀ । ଗତ କିଛି ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରି ହେବା ନେଇ ଚର୍ଚ୍ଚା ଧରିବାରୁ ନିଜର ଭିଟା ମାଟିରେ ଗୁଜୁରାଣ ମେଣ୍ଟାଇବାକୁ ନେଇ ଚିନ୍ତା ପୋଷଣ କରି ଏକ ବିରାଟ ମେଳି କରି ଗର୍ଜିଛନ୍ତି ୪ ପଞ୍ଚାୟତର ହଜାର ହଜାର ଆଦିବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୫ କିମି ଦୂରରେ ଥିବା ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗ୍ରାମରେ । ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ପ୍ରଥମ ଅଧିକାର ରହିଥିବା ବେଳେ ବର୍ଷ ବର୍ଷ ଧରି ତାହା ଉପରେ ନିର୍ଭରଶୀଳ ହୋଇ ଜୀବିକା ନିର୍ବାହ କରି ଆସୁଛନ୍ତି ପଡିଆ ବ୍ଲକର ନିଲିଗୁଡା, ମାଟେରୁ, ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା, ଶିଖପଲ୍ଲୀ ଓ ତଣ୍ଡାପାଲ୍ଲୀ ପଞ୍ଚାୟତର ହଜାର ହଜାର ଆଦିବାସୀ। ତେବେ ସ୍ଥାନୀୟ ଅଞ୍ଚଳରେ ଡାଲମିଆଁ ନାମକ ଏକ ଘରୋଇ ସିମେଣ୍ଟ କମ୍ପାନି ଦ୍ଵାରା ସିମେଣ୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଏହି ଘଟଣାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଏହି କମ୍ପାନି ପ୍ରତିଷ୍ଠାକୁ ବିରୋଧ କରିବା ସହ ସରକାରଙ୍କ ଏଭଳି ନୀତିକୁ ବିରୋଧ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.