ବେଲଗୁଣ୍ଠାରେ ୱାର୍ଡ୍ ବୈଠକ ; ଦୀପିକା ରାଣୀଙ୍କୁ ଆମ୍ବାସାଡର୍ ନିଯୁକ୍ତି ।

0 279

ବେଲଗୁଣ୍ଠା,୦୯/୦୧(ପିପିଟି): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପାଞ୍ଚ ଏବଂ ଛଅ ନମ୍ବର୍ ୱାର୍ଡ କୁ ନେଇ କୋଭିଡ ମାର୍ଗଦର୍ଶିକା ଏବଂ ସ୍ଵଚ୍ଛ ସର୍ବେକ୍ଷଣ ୨୦୨୨ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଯୋଗ ଦେଇ ସ୍ଵଚ୍ଛ ବେଲଗୁଣ୍ଠା ଗଠନ କରିବାରେ ନାଗରୀକ ମାନଙ୍କ ଭୂମିକା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ସେହିପରି ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର କୋଭିଡ କଟକଣାକୁ ନେଇ ଜାରି ନୂତନ ମାର୍ଗଦର୍ଶିକା ଉପରେ ଉପସ୍ଥିତ ନାଗରୀକଙ୍କୁ ବୁଝାଇଥିଲେ । ଏହି ଅବସରରେ ଏନ୍ଏସି ଦ୍ୱାରା ପୂର୍ବରୁ ଅନୁଷ୍ଠିତ ହୋଇଥିବା ସ୍ଵଚ୍ଛ ସର୍ବେକ୍ଷଣ ୨୦୨୨ ର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ଶିବାନୀ ଡ଼ାକୁଆ,ଅଙ୍କିତା ରାଣୀ ପୃଷ୍ଟି,ଶୁଭ୍ରମଣୀ ତ୍ରିପାଠି, ସଙ୍ଗୀତ ପ୍ରତିଯୋଗିତାରେ ଅଂଶୁମାନ ମିଶ୍ର,ପୂଜାରାଣୀ ବେହେରା, ସୁଚିତ୍ରା ପାତ୍ର, ସ୍ବର୍ଣ୍ଣଲତା ନାୟକ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରୁତି ରାଣୀ ସେଠୀ, ଆଦର୍ଶ ଗୌଡ଼, ସାଇ ଦେବାଶିଷ ପାଣି ଏବଂ ରଙ୍ଗୋଲି ପ୍ରତିଯୋଗିତାରେ ଶଶି ବେହେରା, ବବିତା ମହାରଣ,ଲକ୍ଷ୍ମୀ ପ୍ରିୟା ପଣ୍ଡା ଓ କାର୍ତ୍ତିକ ନାଇକଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସ୍ଵଚ୍ଛ ସର୍ବେକ୍ଷଣ ୨୦୨୨ ନିମନ୍ତେ ବେଲଗୁଣ୍ଠା ପେଣ୍ଠ ସାହି ବାସୀନ୍ଦା ଅଶ୍ୱିନୀ ସାହୁଙ୍କ ଝିଅ ଦୀପିକା ରାଣୀ ସାହୁଙ୍କୁ ବ୍ରାଣ୍ଡ୍ ଆମ୍ବାବାସାଡର୍ ଭାବେ ନିଯୁ୍କ୍ତି ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ସ୍ଵଚ୍ଛ ସାଥୀ, ସୁପରଭାଇଜର,ଉଭୟ ୱାର୍ଡ ର ନାଗରୀକ,ଏନ୍ଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସିଟି ମିଶନ୍ ମ୍ୟାନେଜର ପ୍ରଫୁଲ୍ଲ ଷଡଙ୍ଗୀ ପରିଚାଳନା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.