ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କଲେ ମନ୍ତ୍ରୀ ଆରୁଖ ।

0 281

ଭଞ୍ଜନଗର,୦୯/୦୧(ପିପିଟି): ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ରବିବାର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବହୁ ଜନହିତକର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ନିକଟରେ ମିଶନ ଶକ୍ତି ଭବନର ଭିତ୍ତି ପ୍ରସ୍ତର ସ୍ଥାପନ ସହ ବ୍ଲକ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା,ଡ଼ିହ ପଢାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ଶୁଭ ଉଦଘାଟନ,ବଡ଼ନଦୀ ଦକ୍ଷିଣ ପାର୍ଶ୍ଵ ବନ୍ୟା ନିୟନ୍ତ୍ରଣ ବନ୍ଧର କୋଟି ବିରାଡ଼ି ଠାରୁ ମନ୍ଦାର ପର୍ଯ୍ୟନ୍ତ ଉନ୍ନତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ,ଢୋଲପିଟା ଠାରେ ବଡ଼ ନଦୀର ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ଆଦି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଏଥିରେ ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷା ବିନ ଦଳ ବେହେରା, ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ,ବିଡ଼ିଓ ଅନୀଲ କୁମାର ସେଠୀ, ସିଡିପିଓ ବିଷ୍ଣୁପ୍ରିୟା ସେଠୀଙ୍କ ସମେତ ବିଭିନ୍ନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ବହୁ ବିଜେଡ଼ି ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.