ବିଞ୍ଝଗିରୀ ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ ।

0 567

ଭଞ୍ଜନଗର,୦୬/୦୧(ପିପିଟି) : ଭଞ୍ଜନଗର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତର ବିଞ୍ଝଗିରୀ ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀ ଅଣ୍ଡା, ଡ୍ରେସ ଓ ପ୍ରସୂତିଙ୍କୁ ଅଣ୍ଡା ପୂର୍ଣ ମାତ୍ରାରେ ଦେବାରୁ ବଞ୍ଚିତ କରାଯାଇଛି। ଏ ନେଇ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ସମ୍ମନିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଗର୍ଭବତୀ, ପ୍ରସୂତି ଓ ଜନ୍ମର ୭ମାସ ଠାରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ବିଞ୍ଝଗିରୀ ଅଙ୍ଗନବାଡ଼ି କେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଭଞ୍ଜନଗର ଶିଶୁ ସମନ୍ୱିତ ବିଭାଗ ଅନ୍ତର୍ଗତ ବିଞ୍ଝଗିରୀ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ପ୍ରାୟ ଦୀର୍ଘ ମାସ ହେବ ହିତାଧିକାରୀମାନେ ମାସକ ୧୨ ଟି ଅଣ୍ଡା ବଦଳରେ ୬ଟି ଅଣ୍ଡା ପାଇଁ ଆସୁଛନ୍ତି। ଏଥି ସହିତ ପିଲା ଙ୍କୁ ଦୁଇ ହଳ ଡ୍ରେସ ବଦଳରେ ଗୋଟିଏ ହଳ ଡ୍ରେସ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗତ ୨୦୨୦ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ୍‌ କଟକଣା ପାଇଁ କେନ୍ଦ୍ର ବନ୍ଦ ଥିବା ବେଳେ ସରକାର କେନ୍ଦ୍ରର ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଅଣ୍ଡା, ଚାଉଳ, ଡ଼ାଲି, ତେଲ, ପନିପରିବା ଯୋଗାଇବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଇ ନଥିବା ଗ୍ରାମବାସୀ କହିଛନ୍ତି। ଗୁରୁବାର ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା ଦିଆଯାଉଥିବା ବେଳେ ଗ୍ରାମବାସୀ ଓ କାର୍ଯ୍ୟରେ ଥିବା ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଅଙ୍ଗନୱାଡି କର୍ମୀ ଜଣଙ୍କ ଏ ନେଇ ଆମେ ଉପରକୁ ମଧ୍ୟ କମିସନ ଦିଆଯାଉଥିବା କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସିଡିପିଓ ବିଷ୍ଣୁପ୍ରିୟା ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ପ୍ରତିକ୍ରିୟା ମିଳିନାହିଁ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.