ଭଞ୍ଜନଗର,୨୮/୧୨(ପିପିଟି) : ଭଞ୍ଜନଗର – ବେଲଗୁଣ୍ଠା ରାସ୍ତାର ତନରଡା ନିକଟରେ ଅଜଣା ଗାଡି ଧକ୍କାରେ ଭଞ୍ଜନଗର ମୋଚି ସାହିର କେ.କାର୍ତ୍ତିକେଶ୍ୱର ଗୁରୁତର ଆହତ ହୋଇଛନ୍ତି। କାର୍ତ୍ତିକେଶ୍ୱର ମଙ୍ଗଳବାର ସନ୍ଧ୍ୟା ସମୟରେ ଚାଲି ଚାଲି ଉକ୍ତ ଅଞ୍ଚଳରେ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍ତ୍ତିକେଶ୍ୱରଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post