ମାଲକାନଗିରି ଚାଷୀ ଅଭାବି ଧାନ ବିକ୍ରିର ଶିକାର,କ୍ବିଣ୍ଟାଲ ଧାନର ମୂଲ୍ଯ ମାତ୍ର ୧୩ ଶହ ଟଙ୍କା ।

0 240

ମାଲକାନଗିରି,୨୭/୧୨(ପିପିଟି): ରାଜ୍ଯ ସରକାରଙ୍କର ନିୟମ ବଦଳି ଯାଇଛି । ଆଗାମୀ କାଲି ମଣ୍ଡି ଅନୁଷ୍ଠତ ହେବର ସମୟ ଧାର୍ଯ୍ଯ ହୋଇଥିବା ବେଳେ ଚାଷୀଙ୍କୁ ପୂର୍ବ ଦିନ ବିଳମ୍ବିତ ରାତିରେ ଟୋକେନ୍ ମେସେଜ୍ ମୋବାଇଲକୁ ଆସୁଛି ।ସଂପୃକ୍ତ ଚାଷୀ ଧାନ ମଣ୍ଡିକୁ ଧନ ନେଲା ବେଳେ ସମୟର ସ୍ବଳ୍ପତା ଦୃଷ୍ଟିରୁ ବିକ୍ରୟ କରିବାରେ ହଇରାଣ ହରକତ ହୋଉଛି । ବିଗତ ବର୍ଷଗୁଡିକରେ ନିୟମ ଥିଲା,ଧାନ ମଣ୍ଡି ଆରମ୍ଭରୁ ୱେବ ସାଇଟରେ ଛଡା ଯାଉଥିଲା । କେଉଁ ଚାଷୀ, କେତେ ଜମିରେ ଧାନ ଚାଷ କରିଛି, କେଉଁ ଦିନ କେତେ ପରିମାଣରେ ଧାନ ନିକଟସ୍ଥ ମଣ୍ଡିରେ ବିକ୍ରୟ କରି ପାରିବ । ଚାଷୀ ପୂର୍ବରୁ ସମସ୍ତ ତଥ୍ଯ ଚାଷୀ ଲ୍ଯାମ୍ପର ନୋଟିସ ବୋର୍ଡରୁ ଜାଣି ପାରିବାରେ ସକ୍ଷମ ହେଉଥିଲା ।ଏବେ କିନ୍ତୁ ଏହି ନୟମ ବଦଳି ଯାଇଛି,ଚାଷୀକୁ କେବଳ ଆଇନ ନମ୍ବର ଆସୁଥିଲେ ମଧ୍ଯ କେତେ ପରିମା ଣରେ ଧାନ କେଉଁ ଦିନ ବିକ୍ର କରି ପାରିବ ଜାଣି ପାରୁ ନାହିଁ । ଧାନ ଧରି ଚାଷୀ ଘରେ ବସୁଛି । ଏହାର ସୁଯୋଗ ନେଇ ଗାଁ ଗାଁରେ ଆନ୍ଧ୍ର ବ୍ଯବସାୟୀଙ୍କ ମାଲକାନଗିରି ଜିଲ୍ଲାରେ ଭିଡ ଜମିବାରେ ଲାଗିଛି । ଆନ୍ଧ୍ର ଧାନ ବେପାରୀମାନେ ମାଲକାନଗିରି ଜିଲ୍ଲାରୁ ଧାନ କ୍ବିଣ୍ଟାଲ ପିଛା ୧୩ ଶହ ଟଙ୍କାରେ କ୍ରୟ କରି ନେଉଛନ୍ତି । ଯାହାର ସରକାରୀ ମୂଲ୍ଯ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ସାଧାରଣ କିସମର ନିର୍ଦ୍ଧାରଣ କରାଯାଇଛି । ତେବେ କ୍ବିଣ୍ଟାଲ ପିଛା ୬୪୦ ଟଙ୍କା କମ ଦରରେ ଚାଷୀ ବିକିବାକୁ ବାଧ୍ଯ ହେଉଛି । କାରଣ ଚାଷୀମାନଙ୍କୁ ଟୋକେନ ନାହିଁ, ଯାହାର ରେଜିଷ୍ଟେରସନ ଅଛି ଧାନର ପରିମାଣ ଆସୁ ନାହିଁ ।ଯାହାର ମୋବାଇଲ ନାହିଁ କି ହଜି ଯାଇଛି,ସେ ଜାଣିପାରୁ ନାହିଁ,ତାର ମେସେଜ୍ ଆସିଛି କି ନାହିଁ ।ଚାଷୀମାନେ ଦାବି କରିଛନ୍ତି ଯେ ୭ ଦିନ ପୂର୍ବରୁ ଟୋକେନର ବିବରଣୀ,ଏଫଏସସିଡବ୍ଲୁ ୱେବ୍ ସାଇଟରେ ଜଣା ଯାଉ କିମ୍ବା ଲ୍ଯାମ୍ପ ମାଧ୍ଯମରେ ଜଣା ଯାଉ । ପ୍ରକାଶ ଥାଉ କି ମାଲକାନଗିରି ଜିଲ୍ଲାରେ ୩ ହଜାର ୬୪୬ ଜଣ ଚାଷୀ ଧାନ ବିକିବା ଲାଗି ନାମ ପଞ୍ଜୀକରଣ କରିଥିବା ବେଳେ ୯ ଲକ୍ଷ ୩୫ ହଜାର ଧାନ କ୍ରୟ ଲାଗି ଲକ୍ଷ୍ଯ ଧାର୍ଯ୍ଯ କରାଯାଇଛି । ଆଜି ପର୍ଯ୍ଯନ୍ତ ବିଭିନ୍ନ ମଣ୍ଡିରୁ ଏକ ଲକ୍ଷ ୬୨ ହଜାର ୧୧୨ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.