ଅଗ୍ନିଶମ ବିଭାଗ ପକ୍ଷରୁ ଭଞ୍ଜନଗର ଡାକ୍ତରଖାନାରେ ମକଡ୍ରିଲ ।

0 228

ଭଞ୍ଜନଗର,୧୫/୧୨(ପିପିଟି) : ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଆପଦ କାଳିନୀ ପରିସ୍ଥିତିର ମୁକାବିଲା ଓ ଅଗ୍ନିକାଣ୍ଡରୁ ଆତ୍ମସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ମେଡ଼ିକାଲ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅଗ୍ନିଶମ ଅଧିକାରୀ ଅନିଲ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟ କର୍ମଚାରୀ ମାନେ ଅଗ୍ନିକାଣ୍ଡ ସମୟର ନିଜକୁ ସୁରକ୍ଷିତ ରଖିବା ସହ ରୋଗୀ ମାନଙ୍କୁ କିଭଳି ଉଦ୍ଧାର କରାଯାଇ ପାରିବ ସେ ନେଇ ଡେମୋ ପ୍ରଦର୍ଶିତ କରିଥିଲେ। ଏଥିରେ ମେଡ଼ିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଡାକ୍ତର ନିବେଦିତା ମହାପାତ୍ର, ପି. ଶ୍ରୀଲେଖା, ବୃନ୍ଦାବନ ଗୌଡ଼,ଚନ୍ଦନ ମେକାପଙ୍କ ସମେତ ମେଡ଼ିକାଲ ବହୁକର୍ମଚାରୀ ମାନେ ଉପସ୍ଥିତ ରହି ଅଗ୍ନିକାଣ୍ଡ ଠାରୁ କିପରି ସୁରକ୍ଷିତ ରହିପାରିବେ ସେ ବିଷୟରେ ପଚାରି ବୁଝିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.