ଭଞ୍ଜନଗର,୧୫/୧୨(ପିପିଟି): ବଡ଼ କୋଦଣ୍ଡା ଠାରେ ବୁଧବାର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ଆସି ଛାତ୍ର, ଛାତ୍ରୀ ଙ୍କ ସହ ସ୍ମାର୍ଟ କ୍ଲାସ ଉପରେ କଥୋପକଥନ କରିଥିଲେ । ମନ୍ତ୍ରୀ ଅରୁଖଙ୍କ ଉଦ୍ୟମରେ ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଶିକ୍ଷା ଗ୍ରହଣରେ ଗୁଣାତ୍ମକ ପରିବର୍ତ୍ତନ ହୋଇପାରିଥିବା ଯୋଗୁଁ ଛାତ୍ର ଛାତ୍ରୀଙ୍କ ତରଫରୁ ମନ୍ତ୍ରୀଙ୍କୁ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ର ସହ ଫୁଲତୋଡ଼ା ପ୍ରଦାନ କରାଯାଇଥିଲା । ସ୍ମାର୍ଟକ୍ଲାସ ଦ୍ୱାରା ପିଲାଙ୍କ ଶିକ୍ଷା ଗ୍ରହଣ ସହଜ, ସରଳ ଓ ବୋଧଗମ୍ୟ ହେବାସହ ଶିକ୍ଷାର ଗୁଣାତ୍ମକ ବିକାଶରେ ଏହା ସହାୟକ ହୋଇ ପାରିବ ବୋଲି କହିଥିଲେ । ଏଥିସହ ଇ-ଲାଇବ୍ରେରୀ, ଲାବୋରେଟାରୀ, ଶୌଚାଳୟ, ପାନୀୟଜଳ, ବିଦ୍ୟାଳୟ ରାସ୍ତା ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ମନ୍ତ୍ରୀଙ୍କୁ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟ, ସଭ୍ୟା, ସରପଞ୍ଚ, ସମିତିସଭ୍ୟା, ଅଭିଭାବକ, ପୁରାତନ ଛାତ୍ର, ଗ୍ରାମବାସି ଓ ବହୁ ବୁଦ୍ଧିଜୀବୀ ଏଥିରେ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )