(ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ,ସମାଜ ବିଜ୍ଞାନ)
ଦ୍ବିତୀୟ ଯୁଦ୍ଧ ପରେ ହିଁ ମାନବ ଅଧିକାର ସଂପର୍କରେ ଗୁରୁତର ଭାବେ ଚିନ୍ତା କରାଗଲା । ୧୯୪୫ ମସିହାକେ ମିଳିତ ଜାତି ସଂଘ ପ୍ରତିଷ୍ଠା ବେଳେ ଏହାର ପ୍ରସ୍ତାବନା (Preamble)ରେ ପ୍ରତ୍ଯେକ ନାଗରିକକୁ ସମସ୍ତ ପ୍ରକାର ସ୍ବତନ୍ତ୍ରତା, ସମାନତାଏବଂ ନ୍ଯାୟ ପ୍ରଦାନ କରିବା ପାଇଁ ସଂକଳ୍ପ ଘୋଷଣା କରାଗଲା । ସମ୍ବିଧାନର ବିଭିନ୍ନ ଧାରାରେ ନାଗରିକର ଅଧିକାର,ବ୍ଯକ୍ତି ମର୍ଯ୍ଯାଦା,ବ୍ଯକ୍ତିର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ଜାତି ସଂଘ ଅଙ୍ଗୀକାର ବଦ୍ଧ ବୋଲି ଉଲ୍ଲେଖ କରାଗଲା । ୧୯୪୮ ମସିହାର ଡିସେମ୍ବର ୧୦ ତାରିଖରେ ଜାତି ସଂଘର ସାଧାରଣ ଅଧିବେଶନରେ “Universal Declaration of Human Rights” ନାନରେ ଏକ ସାର୍ବଜନୀନ ଘୋଷଣାନାମା ଅନୁମୋଦିତ ହୋଇଥିଲା ।ଇଥିରେ କୁହାଯାଇଥିଲା Universal respect for, and observance of human rights and fundamental freedom for all without distinction as to race,sex,language or religion, ” ଅର୍ଥାତ ଜାତି ଧର୍ମ ଭାଷା ଓ ଲିଙ୍ଗ ନିର୍ବିଶେଷରେ ପ୍ରତ୍ଯେକ ନାଗରିକର ମାନବିକ ଅଧିକାର ଓ ମୌଳିକ ସ୍ବାଧୀନତାକୁ ସାର୍ବଜନୀନ ମାନ୍ଯତା ପ୍ରଦାନ ।” ୧୯୫୯ରେ ଜାତି ସଂଘ ଶିଶୁମାନଙ୍କର ଅଧିକାର ବା Right of the child. ଘୋଷଣାନାମା ପ୍ରକାଶ କରିଛି । ୧୯୯୦ରେ ଏକ ଆନ୍ତର୍ଜାତିକ
ସମ୍ମିଳନୀରେ ଶିଶୁମାନଙ୍କର ଅଧିକାର ସଂପର୍କରେ ବ୍ଯାପକ ଭାଲରେ ଆଲୋଚନା କରାଯାଇ ଏହାର ପରିସରକୁ ସଂପ୍ରସାରଣ କରାଯାଇଛି । ପରବର୍ତ୍ତୀ ସମୟରେ ମାନବ ଅଧିକାର ବିଷୟରେ ଘୋଷଣାନାମା ପ୍ରକାଶ କରାଯାଇଛି । ୧୯୬୦ ନାଗରିକମାନଙ୍କୁ ସ୍ବାଧୀନତା ପ୍ରଦାନ, ୧୯୬୩ ଜାତିଗତ ବୈଷମ୍ଯ ଦୂରିକରଣ, ୧୯୬୭ ନାରୀମାନଙ୍କୁ ମର୍ଯ୍ଯାଦା ପ୍ରଦାନ, ୧୯୭୫ ବ୍ଯକ୍ତ ପ୍ରତି ସମସ୍ତ ପ୍ରକାର ଅମାନବୀୟ ନିର୍ଯାତନା ଦୂରିକରଣ, ୧୯୮୧ ଧର୍ମ କ୍ଷେତ୍ରରେ ଅଶହନଶୀଳତା ପ୍ରଦର୍ଶନ ନିରକରଣ, ୧୯୮୪ରେ ଶାନ୍ତି ପାଇଁ ବ୍ଯକ୍ତିର ଅଧିକାର । ୧୯୯୩ ମସିହାରୁ ଜାତି ସଂଘ ମାନବ ଅଧିକାର ସୁରକ୍ଷା ପାଇଁ ଏକ କମିଶନ ଗଠନ କରାଯାଇଛି । ଏଥିରେ ୫୩ ଜଣ ସଦସ୍ଯ ରହିଛନ୍ତି । ଜାତି ସଂଘ ତରଫରୁ ଯେପରି ମାନବ ଅଧିକାର ସୁରକ୍ଷା କମିଶନ ଗଠନ କରାଯାଇଛି । ଭାରତରେ ମଧ୍ଯ ସେହି ଢଞ୍ଚାରେ ୧୯୯୧ ମସିହାରେ ଜାତୀୟ ମାନବୀକ କମିଶନ ଗଠନ କରାଯାଇଛି ।
ମାନବୀକ ଅଧିକାରକୁ ସ୍ବୀକୃତି ଓ ସମ୍ମାନ ଦେବାରେଭାରତର ଭୂମିକା ଗୌଣ ନୁହେଁ । ସ୍ବାଧୀନ ଭାରତର ସମ୍ବିଧାନରେ ନାଗରିକମାନଙ୍କୁ ଯେଉଁ ମୌଳିକ ଅଧିକାର ପ୍ରଦାନ କରାଯାଇଛି,ସେଗୁଡିକ ଜାତି ସଂଘର ୧୯୪୮ ମସିହା ଡିସେମ୍ବର ୧୦ ତାରିଖର ଘୋଣଷାନାମାର ଅନିରୂପ । ଏଠାରେ ଜାତି,ଧର୍ମ,ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକମାନଙ୍କୁ. ସମାନ ପ୍ରକାରର ସାମାଜିକ,ରାଜନୈତିକ, ଓ ସାଂସ୍କୃତିକ ଅଧିକାର ମଞ୍ଜୁର କରାଯାଇଛି । ପ୍ରତି ବର୍ଷ ଡିସେମ୍ବର ୧. ତାରିଖରେ ସମଗ୍ର ବିଶ୍ବରେ ବିଶ୍ବମାନବ ଅଧିକାର ଦିବସ ପାଳନ କରାଯାଇଥାଏ । ୧୯୫୦ ମସିହାରେ ସର୍ବ ଭାରତୀୟ ସ୍ତରରେ ଏହି ଦିବସକୁ ପାଳନ କାରା ଯାଉଅଛି । ନାଗରିକମାନଙ୍କୁ ନ୍ଯାୟ, ସ୍ବାଧୀନତା, ସମାନତା ଏବଂ ବ୍ଯକ୍ତିର ସମ୍ମାନତାକୁ ସୁରକ୍ଷିତ ରଖିବା ଲାଗି ଭାରତୀୟ ସମ୍ବିଧାନ ୬ ଗୋଟି ମୌଳିକ ଅଧିକାର ପ୍ରଦାନ କରିଛି । ସେଗୁଡିକ ହେଲା ଯଥା:୧. ସମାନତା ଅଧିକାର, ୨.ସ୍ବାଧୀନତା ଅଧିକାର, ୩.ଶୋଷଣ ବିରୋଧରେ ଅଧିକାର, ୪.ଧର୍ମଗତ ସ୍ବାଧୀନତା ଅଧିକାର, ୫.ସାସ୍କୃତିକ ଅଧିକାର ଏବଂ ୬ ସାମ୍ବିଧିନିକ ପ୍ରତିକାର ଅଧିକାର । ପ୍ରତି ରାଜ୍ଯରେ ଏଥି ପାଇଁ ମାନବ ଅଧିକାର ଆୟୋଗ ଗଠନ କରାଯାଇଛି । ଓଡିଶାରେ ୨୦୦୦ ମସିହା ଜାନୁଆରୀ ୨୭ ତାରିଖରେ ମାନବ ଅଧିକାର ଆୟୋଗ ଗଠନ କରାଯାଇଛି । ତେବେ ଭାରତ ସ୍ବାଧୀନ ପ୍ରାପ୍ତିର ୭୫ ବର୍ଷ ପରେ ମଧ୍ଯ ନାରୀ ସୁରକ୍ଷିତ ନୁହେଁ । ଭାରତରେ ପ୍ରତି ଦିନ ହାରାହାରି ୮୮ ଜଣ ମହିଳା ବଳତ୍କରର ହେଉଥିଲା ବେଳେ ୨୦୧୯ରେ ୩୨ ହଜାର ମହିଳା ବଳତ୍କାରର ଶିକାର ହୋଇଥିଲେ । ତନ୍ମଧ୍ଯରୁ ୧୮ ବର୍ଷରୁ କମ ବୟସର ଝିଅ ସଂଖ୍ଯାଥିଲା ୧୫ ପ୍ରତିଶତ । ୨୦୧୬ରେ ୩୮,୯୪୭ ଜଣ,୨୦୧୭ରେ ୩୨,୫୫୯ ଜଣ,୨୦୧୮ରେ ୩୩,୩୫୬ ଜଣ ମହିଳା ବଳତ୍କାରର ଶିକାର ହୋଇଥିଲେ । ୨୦୨୦ରେ ରାଜସ୍ଥାନରେ ୫,୩୧୦,ଉତ୍ତର ପ୍ରଦେଶରେ ୨,୭୬୯ ଜଣ,ମଧ୍ଯ ପ୍ରଦେଶରେ ୨,୩୩୯ ଜଣ,ମହାରାଷ୍ଟ୍ରରେ ୨,୦୬. ଜଣ ଏବଂ ଆସାମରେ ୧,୬୫୭ ଜଣ ମହିଳା ଧର୍ଷଣର ଶିକାର ହୋଇଥିବା ମାମଲା ଥାନରେ ପଞ୍ଜୀକରଣ କରାଯାଇଛି Iସେହି ପରି ଅନ୍ଯନ୍ଯ ରାଜ୍ଯରେ ନାରୀ ବଳତ୍କରା ମାମଲାର ତାଲିକା ଲମ୍ବା ,ଏଥିରେ ଦ୍ବିମତ ନାହିଁ । ମହିଳାମାନେ କେବେ ଯେ ବଳତ୍କାରର ସମ୍ମୁଖି ହୋଇ ନଥାନ୍ତି,ତାଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦେବାରେ ପୁରୁଷ ପ୍ରାଧନ ସମାଜର ଭୂମିକା ସର୍ବୋପରି ମୁଖ୍ଯ କହିଲେ ଅତ୍ଯୁକ୍ତି ହେବ ନାହିଁ । ଗଣ ବଳତ୍କାର,ହତ୍ଯା ଏବଂ ମହିଳାମାନଙ୍କର ବଞ୍ଚାବର ଅଧିକାର ପ୍ରତି ମୁହୂର୍ତ୍ତରେ ବିପନ୍ନ । ଅନ୍ଯ ପକ୍ଷରେ ଯୌତୁକ ନିର୍ଯାତନା, ବଲ୍ଯ ବିବାହ ଆଜି ମଧ୍ଯ ସମାଜରେ ବଳବତ୍ତର ରହିଛି । ନାରୀକୁ ଯେତିକି ସମ୍ମାନ ଦେବା ଉଚିତ,ତାହା ଫଳପ୍ରଦ ହୋଇ ନାହିଁ । ସମ୍ବିଧାନର ୧୭ ଧାରା ଅନୁସାରେ ଛୁଆଁ ଅଛୁଆ ଭେଦ ଭାଲ ଏକ ଦଣ୍ଡନୀୟ ଅପରାଧ ହୋଇଥିଲା ବେଳେ ଆଜି ମଧ୍ଯ ଦେଶରେ ଜାତି ପ୍ରଥା ବଳବତ୍ତର ରହିଛି । ମନ୍ଦିର ମଧ୍ଯରେ ଦଳିତ ସଂପ୍ରଦାୟର ବ୍ଯକ୍ତିମାନଙ୍କୁ ପ୍ରବେଶ ଲାଗି ସବର୍ଣ୍ଣମାନେ କଠୋର ପ୍ରତିବନ୍ଧ ସୃଷ୍ଟି କରିଛନ୍ତି । ବିବାହ ଶୋଭାଯାତ୍ରାରେ ଦଳିତ ବର ଯାତ୍ରୀମାନେ ଯିବା ଲାଗି ବାରଣ ରହିଛି । ଜାତିଆଣ ମନୋଭାବ ନେଇ ଦଳିତମାନଙ୍କୁ ହତ୍ଯା କରାଯାଉଛି । ପ୍ରତି ମୁହୂର୍ତ୍ତ ଦଳିତମାନେ ସବର୍ଣ୍ଣମାନଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଛନ୍ତି ଏବଂ ସେମାନଙ୍କ ମହିଳାମାନଙ୍କୁ ଗଣ ଧର୍ଷଣ କରିବାର ଲୋମହର୍ଷ ଘଟଣାଗୁଡ୍କ ଖବର କାଗଜର ପୃଷ୍ଠା ମଣ୍ଡନ କରୁଛି । ଆଇନର ରକ୍ଷକମାନେ ବର୍ଣ୍ଣ ବ୍ଯବସ୍ଥାକୁ ଉଛେଦ ଲାଗି ଆନ୍ତିକତା ନଥିବା ବେଳେ ନେତା ମନ୍ତ୍ରମାନେ ଏହି ଜାତି ପ୍ରଥା ଉଛେଦ ଲାଗି ଶୀଥିଳ ମନୋଭବ ପୋଷଣ କରୁଥିବା ଜଣା ପଡିଛି । ପ୍ରତି ଦିନ ହାଜତରେ ୫ ଜଣଙ୍କ ମୃତ୍ୟୁ ଘଟୁଛି । ୨୦୧୯/୨୦ରେ ଦେଶରେ ହାଜତ ମୃତ୍ୟ. ସଂଖ୍ଯା ୩୧,୨୦୨୦ ଥିଲା ।ଦେଶେରେ ୨୦୧୯ ସୁଦ୍ଧା ୧୩୫୦ କାରାଗାର ରହିଥିବା ବେଳେ ୪୦୩,୭୩୯ ଜଣ କଏଦୀ ରହିବାର କ୍ଷମତା ରହିଛି,କିନ୍ତୁ ୪.୭୮,୭୬,୦୦୦ କଏଦୀଙ୍କୁ
ଅବାନବୀୟ ଭାବେ କାରାଗାରରେ ରଖାଯାଇଛି । ରହିବା,ଖାଇବା ଏବଂ ରୋଗ ହେଲେ ଉତ୍ତମ ସ୍ବାସ୍ଥ୍ଯ ସୁବିଧାକୁ ଗୁରୁତ୍ବ ଦିଆ ଯାଉନଥିରେ ଅନେକ ବିଚାରାଧିନ ବନ୍ଦୀମାନଙ୍କ ଅକାଳ ବିୟୋଗ ଘଟୁଛି । ଜେଲରେ ସୁରକ୍ଷା ନଥିବାରୁ କଏଦୀଙ୍କ ଜେଲ୍ ମଧ୍ଯରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଭାରତରେ ୨୫.୯୬ କୋଟି ଶିଶୁ ରହିଥିଲା ବେଳେ ବର୍ତ୍ତମାନ ୧.୦୧ କୋଟି ଶିଶୁ ଶ୍ରମିକ ରହିଥିବା ଆକଳନ କରାଯାଇଛି । ୫ ବର୍ଷକୁ ୯ ବର୍ଷ ମଧ୍ଯରେ ୨୫.୩୩ ଲକ୍ଷ ଏବଂ ୧୦ ବର୍ଷରୁ ୧୪ ବର୍ଷ ମଧ୍ଯରେ ୭୫.୯୫ ଲକ୍ଷ ଶିଶୁ ଶ୍ରମିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ଯ ରତ । ଭାରତର ପ୍ରମୁଖ ୪ଟି ରାଜ୍ଯର ପରିସଂଖ୍ଯାନରୁ ପ୍ରତିତ ହେଉଛି ଯେ ଉତ୍ତର ପ୍ରଦେଶରେ ୨୧.୭୬ ଲକ୍ଷ,ବିହାରରେ ୧୦.୮୮ଲକ୍ଷ, ରାଜସ୍ଥାନରେ ୮.୪୮ ଲକ୍ଷ,ମଧ୍ଯ ପ୍ରଦେଶରେ ୭ ଲକ୍ଷ ବାଳ ଶ୍ରମିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ଯ ରତI ଶିକ୍ଷା ହେଉଛି ମୌଳିକ ଅଧିକାର ଏଥି ପାଇଁ ପ୍ରତ୍ଯେକ ଶିଶୁଙ୍କୁ ଉତ୍ତମ ସ୍ବାସ୍ଥ୍ଯ ଏବଂ ଉତ୍ତମ ଶିକ୍ଷା ଦେବା କେନ୍ଦ୍ର ବା ରାଜ୍ଯ ସରକାରଙ୍କର ମୌଳିକ କର୍ତ୍ତବ୍ଯ ମାତ୍ର ଆଜି ମଧ୍ଯ ବହୁ ଶିଶି ଏସବୁ ସୁବିଧାରୁ ବଞ୍ଚିତ ରହିଛନ୍ତି । ଭାରତରେ ୭୫ ପ୍ରତିଶତ ଲୋକ ଦରିଦ୍ରର ସୀମାରେଖା ତଳେ ଜୀବନ ନିର୍ବାହ କରୁଛନ୍ତି । ରୋଜଗାର ଶୂନ୍ଯ, ଉତ୍କଟବେକାରୀ ସମସ୍ଯା,ଅନାହାର ମୃତ୍ୟୁ,ଅପପୁଷ୍ଠିର ଶିକାର ହୋଇ ଗର୍ଭବତୀ ମାଆ ଏବଂ ଶିଶୁ ମୃତ୍ୟୁ,ଖାଦ୍ଯ ଦ୍ରବ୍ଯର ଉତ୍କଟ ଦର ବୃଦ୍ଧି ଦରିଦ୍ର ସୀମାରେଖା ତଳେ ରହିଥିବା ପରିବାର ପାଇଁ ସୁରକ୍ଷିତ ମାନବ ଅଧିକାର ଲାଗି ଗୋଟାଏ ଗୋଟାଏ ଆହ୍ବାନ ମାତ୍ର । ଜନ ମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କର ଯେଉଁ ସାମ୍ବିଧାନିକ ମୌଳିକ ଅଧିକାରଗୁଡିକ ପ୍ରଦତ୍ତ କରା ଯାଇଛି, ଏଥି ପ୍ରତି ସରକାର ଉତ୍ତରଦାୟୀ ରହି ପ୍ରଗତିଶୀଳ ସମାଜ ବା ରାଷ୍ଟ୍ରର ଗଣତାନ୍ତ୍ରିକ ମୂଲ୍ଯବୋଧକୁ ସମୀକ୍ଷା କରିବା ବେଳ ଆସିଛି ।
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭