ଗ୍ରାମ ପଞ୍ଚାୟତ ଗଣ ସଂଗଠନ ତରଫରୁ ଶୋକ ସଭା ।

0 276

ମାଲକାନଗିରି,୦୧/୧୨(ପିପିଟି): ଆଜି ମାଲକାନଗିରି ସଦର ମହକୁମା ସ୍ଥିତ ନଗର ଭବନ ଠାରେ ଗ୍ରାମ ପଞ୍ଚାୟତ ଗଣ ସଂଗଠନ ,ମାଲକାନଗିରି ତରଫରୁ ସ୍ବର୍ଗତ ଶିବ ଖେମୁଡୁଙ୍କ ଅକାଳ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି ।ଏହି ଶୋକ ସଭାରେ ଗ୍ରାମ ପଞ୍ଚାୟତ ଗଣ ସଂଗଠନର ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ,ଦୁର୍ଯ୍ଯୋଧନ ପାତ୍ର,ଆଦିବାସୀ ମହାସଂଘର ସଭାପତି ଘନଶ୍ଯାମ ମାଡକାମି,ଏସିଏସଟି,ଓବିସି,ମାଇନାରଟି ସଂଘ ସଭାପତି ଘେନୁ ମୁଦୁଲି,କିସାନ ମୋର୍ଚ୍ଚା ସଭାପତି ସୋନୁ ଅନୁଗ ମଞ୍ଚାସୀନ ଥିବା ବେଳେ ସଂଘର ସଭାପତି ଭୀମା ବାର୍ଷେ ପୌରହିତ୍ଯ କରିଥିଲେ । ଚାଲାଣଗୁଡା ସରପଞ୍ଚ ପୁଷ୍ପାରାଣୀ ପଡିଆମୀ,କୁଡୁମୁଲୁଗୁମା ସରପଞ୍ଚ ଗୋପୀ ପାଙ୍ଗି,ସୋମନାଥ ପୁର ସରପଞ୍ଚ ମଙ୍ଗୁ ଖିଲ,ଶେରପାଲ୍ଲୀ ସରପଞ୍ଚ ଦଶରଥ ଡୁରୁକା,ଗଙ୍ଗଲା ସରପଞ୍ଚ ଭାସ୍କର ପଟକା,ପେଦାୱାଡା ସରପଞ୍ଚ ବିଶ୍ବନାଥ ଗୋଟେ,ପୂବର୍ତନ ସରପଞ୍ଚ ଇର୍ମା ପଡିଆମୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ Iପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ ଗତ ୨୪ ନଭେମ୍ବର ୨୦୨୧ ତାରିଖ ଦିନ ନିଜର ପୁଅକୁ ବିବାହ କରି ନିଜ ଗାଁ ପାର୍ଶ୍ବସ୍ଥ ଜାତୀୟ ରାଜ ପଥ ଉପରେ ବର ଯାତ୍ରୀମାନେ ବାଣ ଫୁଟାଇ ବଜା ବଜାଇ ନାଚି କୁଦି ବର ସହ ଶୋଭାଯାତ୍ରାରେ ବାହାରି ଥିବା ବେଳେ ଏକ ଟ୍ରକ ଅଚାନକ ସେମାନଙ୍କ ଉପରେ ମାଡିଯାଇଥିଲ Iଏହି ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଯାଇଥିଲା । ତନ୍ମଧ୍ଯରୁ ପାଣ୍ଡ୍ରିପାଣି ସରପଞ୍ଚ
ଶିବ ଖେମୁଡୁଙ୍କ ଅକାଳ ବିୟୋଗ ଘଟିଥିଲା । ବିବାହ ଉତ୍ସବଟି ଏକ ଶୋକାକୁଳ ପରିସ୍ଥିତି ଦେଇ ଗତି କରିଥିଲା Iଆନନ୍ଦ ମୁହୂର୍ତ୍ତ ସବୁ ନିରାନନ୍ଦରେ ପରିଣତ ହୋଇ ଯାଇଥିଲ । ସ୍ବର୍ଗତ ଶିବ ଖେମୁଡୁ ଜଣେ ସମାଜସେବୀ ପରୋପକାରୀ ବ୍ଯକ୍ତି ଥିଲେ । ସେ ୨୦୦୨ରେ ଜିଲ୍ଲା ପରିଷଦ ସଦସ୍ଯ ପଦବୀରେ ଜୟଯୁକ୍ତ ହୋଇଥିଲା ବେଳେ ୨୦୧୭ରେ ପାଣ୍ଡ୍ରିପାଣି ପଞ୍ଚାୟତର ସରପଞ୍ଚଥିଲେ । ଏହି ସମୟରେ ପଞ୍ଚାୟତର ବହୁ ଉନ୍ନୟନ କାର୍ଯ୍ଯ କରିଥିଲେ ବୋଲି ଆଜି ମଞ୍ଚାସୀମନ ଅତିଥିମାନେ ସ୍ମୃତି ଚାରଣ କରିଛିଲେ । ତାଙ୍କୁ ସବୁଦିନ ପାଇଁ ମନେରଖିବା ଲାଗି ପାଣ୍ଡ୍ରିପାଣି ଗ୍ରାମ ଠାରେ ଆସନ୍ତା ୮ ତାରିଖ ଦିନ ସ୍ବର୍ଗତ ଶିବ ଖେମୁଡୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମାଲକାନଗିରି ଜିଲ୍ଲା ଗ୍ରାମ ପଞ୍ଚାୟତ ଗଣ ସଂଗଠନ ସଭାପତି ଭୀମ ବାର୍ଷେ ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.