ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ।

0 234

ମାଲକାନଗିରି,୨୪/୧୧(ପିପିଟି): ସ୍ଥାନୀୟ ନଗର ଭବନ ଠାରେ ସମଗ୍ର ଶିକ୍ଷା, ମାଲକାନଗିରି ତରଫରୁ ଦିବ୍ୟIଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ସାମ୍ନାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ଏହି ସଭାରେ ସଭାପତିତ୍ଵ କରିଥିଲେ । ଜିଲ୍ଲାର ମୋଟ ୬୫ ଜଣ ବୌଦ୍ଧିକ ଓ ବହୁବାଧିତ ଦିବ୍ୟIଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ଓ ୧୨ ଜଣ ଶାରୀରିକ ଦିବ୍ୟIଙ୍ଗ ଛାତ୍ରଛାତ୍ରୀଙ୍କୁ ତିନି ଚକିଆ ସାଇକଲ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅନ୍ତ ନିବେଶୀ ଶିକ୍ଷା ସଂଯୋଜକ ସମରେନ୍ଦ୍ର କେଶରୀ ମହାପାତ୍ର ସଂଯୋଜନା କରିଥିଲେ । ସମଗ୍ର ଶିକ୍ଷା,ମାଲକାନଗିରି ଜିଲ୍ଲା କାର୍ଯ୍ୟIଳୟର କର୍ମକର୍ତ୍ତା ଭାବେ ସୀତାରାମ ଗୌଡ, ଶେଷଶଙ୍କର ମାହାଳିକ, ଶକୁନ୍ତଳା ମାଝି, ପ୍ରସନଞ୍ଜିତ ବିଶ୍ବାସ, ସତ୍ୟବ୍ରତ ମିଶ୍ର, କାଳୁ ମହାରଣା, କର୍ଣ୍ଣ ଦୁରକା ଓ ପିଣ୍ଟୁ ହରିଜନ ତଥା ସମସ୍ତ ଗୋଷ୍ଠୀ ସମ୍ଭଳ ଶିକ୍ଷକମାନେ ସହାୟତା କରିଥିଲେ । ପ୍ରIରମ୍ଭରେ ଶିକ୍ଷକ ପ୍ରମୋଦ କୁମାର ସେନାପତି ସ୍ଵାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.