ଭାଗବତ ଟୁଙ୍ଗୀରେ କୈବଲ୍ୟ କାର୍ଯ୍ଯକ୍ରମ ଉଦଯାପିତ ।

0 137

ଭାଗବତ ଟୁଙ୍ଗୀରେ କୈବଲ୍ୟ କାର୍ଯ୍ୟକ୍ରମ ଉଦଯାପିତ ।

ବ୍ରହ୍ମପୁର,୧୯/୧୧(ପିପିଟି) :ଗଜପତି ସେବା ଓ ସାଂସ୍କୃତିକ ସମିତି ଆନୁକୁଲ୍ୟରେ ଆୟୋଜିତ “ଭାଗବତ ଟୁଙ୍ଗୀରେ କୈବଲ୍ୟ”କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ ସ୍ଥିତ ରଘୁନାଥ ମଠ ପରିସରରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସମିତି ଆୟୋଜିତ ମାସବ୍ୟାପୀ ରାମ ଚରିତ ମାନସ ଓ ଭାଗବତ ସମୂହ ପାଠ ସମାହିତ ସହ ବରିଷ୍ଠ ଗାୟକ ସାରଥୀ ପଣ୍ଡା ଓ ଉଲ୍ଲାସ ପଣ୍ଡାଙ୍କ ଦ୍ଵାରା ଦାସକାଠିଆ ନୃତ୍ୟ ପରିବେଷଣ ହୋଇଥିଲା । ସଙ୍ଗୀତାଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ସାମଲ ଏବଂ ଦଳ ଦ୍ବାରା ଭଜନ ସମାରୋହର ଆୟୋଜନ ହୋଇଥିଲା । ଏଥିରେ ଭଗବାନ ସାମଲ, ପ୍ରଦୀପ କୁମାର ସାହୁ, ନୀଳ ମାଧବ ଜେନା, ବୃନ୍ଦାବନ ସାହୁ, ସନ୍ତୋଷ ସାହୁ, ମାମିନା ମିଶ୍ର, ଅନୁରାଧା ପାଣି ପ୍ରମୁଖ ବହୁ ବରିଷ୍ଠ କଳାକାର ସହଯୋଗ କରିଥିଲେ ।ସମିତି ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପାଢ଼ୀ ମୁଖ୍ୟ ଅତିଥି ଓ ସମାଜସେବୀ ମଧୁସୂଦନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମିତି ଦ୍ଵାରା ଏକ ମହତ୍ କାର୍ଯ୍ୟ ସମାହିତ ହୋଇପାରିଛି ଓ ଆଗକୁ ଏତାଦୃଶ ମହତ୍ କାର୍ଯ୍ୟ ସମ୍ପାଦନ ଆଶା ପୋଷଣ ପୂର୍ବକ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ପରିବେଷଣ କରିଥିବା ଦାସକାଠିଆ କଳାକାର ଦ୍ୱୟଙ୍କୁ ସମିତି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିଲେ । ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଶିକ୍ଷାବିତ୍ ପଦ୍ମ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.